ପୁରୀ: ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ତିନି ରଥର ମୂର୍ତ୍ତି ତିଆରି କରି ରଥଯାତ୍ରାର ଶୁଭେଚ୍ଛା ପ୍ରଦାନ କରିଛନ୍ତି ।
ନିଜର ଏହି କଳାକୃତିର ଚିତ୍ର ସୁଦର୍ଶନ ଟ୍ୱିଟର ରେ ଅପଲୋଡ଼ କରିବା ସହ ଏହି ପବିତ୍ର ଅବସରରେ ସମସ୍ତ ଜନସାଧାରଣଙ୍କ ସୁଖ ଓ ମଙ୍ଗଳ କାମନା କରିଛନ୍ତି ।
There goes the belief that Lord Jagannath is the Lord of the Devotees, the Lord for the Whole World. my #sandArt . The film can be explained like this. Just as a Devotee is incomplete without his Lord, so too the Lord is incomplete without the devotion of the devotee. @CMO_Odisha pic.twitter.com/bgkGCVn2Qp
— Manas sahoo (@SandArtistManas) June 22, 2020
ସେହିଭଳି ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ୧.୩୦ ମିନିଟର ଏକ ଆନିମେଟେଡ୍ ଚଳଚ୍ଚିତ୍ର ମାଧ୍ୟମରେ ତିନିଠାକୁର ନିଜ ନିଜ ରଥରେ ବିଜେ ହୋଇ ଭକଙ୍କୁ ଦର୍ଶନ ଦେଉଥିବା ଦେଖାଇଛନ୍ତି ।
ଏହି ଭିଡ଼ିଓକୁ ଟ୍ୱିଟ କରି ମାନସ ଲେଖିଛନ୍ତି ଯେ, “ବିଶ୍ୱାସ ରହିଛି ଯେ ଜଗନ୍ନାଥ ହେଉଛନ୍ତି ଭକ୍ତମାଙ୍କ ଭଗବାନ। ଯେପରି ଜଣେ ଭକ୍ତ ତାଙ୍କ ପ୍ରଭୁଙ୍କ ବିନା ଅସମ୍ପୂର୍ଣ୍ଣ, ସେହିପରି ଭକ୍ତଙ୍କ ଭକ୍ତି ବିନା ପ୍ରଭୁ ମଧ୍ୟ ଅସମ୍ପୂର୍ଣ୍ଣ ଅଟନ୍ତି । ତାହା ମୋର ଏହି ଭିଡ଼ିଓରେ ପ୍ରତିପାଦନ କରିବାକୁ ଚେଷ୍ଟା କରିଛି” ।
Comments are closed.