Latest Odisha News

ପୂର୍ବତଟ ରେଳପଥର ରଥଯାତ୍ରା ପ୍ରସ୍ତୁତି, ୧୫ ଲକ୍ଷ ଭକ୍ତଙ୍କୁ ଯୋଗାଇ ଦିଆଯିବ ସୁବିଧା

ଭୁବନେଶ୍ଵର: ରଥଯାତ୍ରା ସମୟରେ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ବିଶେଷ ପ୍ରସ୍ତୁତି ଆରମ୍ଭ କରିଛି । ରଥ ଯାତ୍ରା ସମୟରେ ସ୍ୱତନ୍ତ୍ର ଟ୍ରେନର ସୁରକ୍ଷା, ନିରାପତ୍ତା ଏବଂ ସମୟାନୁବର୍ତ୍ତୀତା ମାନଦଣ୍ଡ ଯୋଗାଇଦେବା ସହିତ ବହୁ ଜନସମାଗମକୁ ଦୃଷ୍ଟିରେ ରଖି ଷ୍ଟେସନ ପରିସରର ପରିମଳ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱାରୋପ କରିଛି ପୂର୍ବତଟ ରେଳପଥ ।

ଯାତ୍ରୀମାନଙ୍କ ସମସ୍ୟା ତଥା ଟ୍ରେନ୍ ଚଳାଚଳ ସୁଗମ କରିବା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଳାଯାଉଅଛି | ତେବେ ରଥଯାତ୍ରା ମହୋତ୍ସବ ସମୟରେ ରେଳବାଇ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପଗୁଡ଼ିକ ହେଉଛି, ଭିଡ ଏଡ଼ାଇବା (କ୍ରାଉଡ୍ ମ୍ୟାନେଜମେଣ୍ଟ), ଟ୍ରେନ୍ ସୂଚନା ବ୍ୟବସ୍ଥା / ଅନୁସନ୍ଧାନ କାଉଣ୍ଟର, ଭିଡିଓ ୱାଲ୍ ପ୍ରଦର୍ଶନ, ୟୁଟିଏସ ମୋବାଇଲ୍ ଆପ୍, ୨୫ ହଜାରରୁ ଅଧିକ ତୀର୍ଥଯାତ୍ରୀ ଏବଂ ଭକ୍ତଙ୍କ ରହିବା ପାଇଁ ମେଳା ସେଡ ଓ ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର / ଶେଡ୍, ଟିକେଟ୍ ବୁକିଂ କାଉଣ୍ଟର ଏବଂ ମୋବାଇଲ୍ ଟିକେଟ୍ କାଉଣ୍ଟର,  ମେଲା ଶେଡ୍, ସୁରକ୍ଷା ବ୍ୟବସ୍ଥା, କ୍ୟାଟରିଂ ଏବଂ ଆତିଥ୍ୟ, ମେଡିକାଲ୍ ସୁବିଧା ଏବଂ ଆମ୍ବୁଲାନ୍ସ, ସେବା, ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ଯାତ୍ରୀ ବିଶେଷକରି ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ସ୍ୱଚ୍ଛତା, ସୁରକ୍ଷା, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଶୌଚାଳୟ ଇତ୍ୟାଦିର ବ୍ୟାପକ ବନ୍ଦୋବସ୍ତ କରାଯାଇଅଛି ।

ଚଳିତ ବର୍ଷ ରେଳବାଇ ୧୫ ଲକ୍ଷ ଯାତ୍ରୀଙ୍କୁ ପୁରୀକୁ ଏବଂ ପୁରୀ ଠାରୁ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ଏହା ବ୍ୟତୀତ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ କାର୍ଯ୍ୟଶୀଳ ସିଡ୍ୟୁଲିଙ୍ଗ ସିଷ୍ଟମ୍ ବ୍ୟବହାର କରି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବାକୁ ବ୍ୟବସ୍ଥା କରାଯାଉଅଛି ଯାହାଦ୍ୱାରା ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ରେଳବାଇ ନିର୍ଦ୍ଦିଷ୍ଟ ଗନ୍ତବ୍ୟସ୍ଥଳକୁ ଅଧିକ ଟ୍ରେନ୍ ଚଳାଚଳ କରାଇ ପାରିବ ।

 

Leave A Reply

Your email address will not be published.