Latest Odisha News

BREAKING NEWS

ମୁମ୍ବାଇରେ ‘ଜୟ ଜଗନ୍ନାଥ’ ଧ୍ୱନୀ ସହ ଗଡ଼ିଲା ରଥ…

ମୁମ୍ବାଇ: ମୁମ୍ବାଇରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନାଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରୁ ଶ୍ରୀଜିଉଙ୍କ ରଥ ବାହାରି ସେକ୍ଟର ୧୨ସ୍ଥିତ ଶିବ ମନ୍ଦିର ନିକଟ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ହୋଇଥିଲା ।

ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ରଥଯାତ୍ରାରେ ସ୍ୱାମୀ ଅଭିଦେଶା ନନ୍ଦ କଲ୍ୟାଣ ସମିତି ସହଯୋଗରେ ଏହି ରଥଯାତ୍ରାରେ ସମାଜସେବୀ ରାମ ପ୍ରସାଦ ମୁଦୁଲି ଛେରା ପହଁରା କରିଥିଲେ ।

ମନ୍ଦିରରୁ ଶ୍ରୀଜିଉଙ୍କୁ ପହଣ୍ଡି ଓ ରଥରେ ପୂଜା ପରେ ପାରମ୍ପରିକ ବାଦ୍ୟ ନୃତ୍ୟରେ ରଥ ଟଣା ହୋଇ ମୁମ୍ବାଇର ମୁଖ୍ୟ ରାସ୍ତା ପରିକ୍ରମା କରି ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ ।

ଏହାକୁ ଟ୍ରଷ୍ଟ ପକ୍ଷରୁ ସୁଶାନ୍ତ ପାଢ଼ୀ, ଅରବିନ୍ଦ ଜତି, ବିଭୂତି ରଥ, ରଞ୍ଜନ ରାୟ, ରତନ ପଟ୍ଟନାୟକ, ସୁଧିର ଗୁପ୍ତା ପ୍ରମୁଖ ପରିଚାଳଣା କରିଥିଲେ ।

Leave A Reply

Your email address will not be published.