Latest Odisha News

BREAKING NEWS

ପୁରୁଣା ଭୁବନେଶ୍ୱରର ୩ଟି ସ୍ଥାନରେ ରଥଯାତ୍ରା

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ୩ଟି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜମେଶ୍ୱର ପାଟଣାର ଶ୍ରୀଜଗନ୍ନାଥ କମିଟି ପକ୍ଷରୁ ଛୋଟ ପିଲାଙ୍କ ରଥ ଯାତ୍ରାର ରଥ ଯାତ୍ରାରେ କୁନିକୁନି ପିଲାମାନେ ନାରାୟଣୀ ମନ୍ଦିରରୁ ଶ୍ରୀଜିଉଙ୍କୁ ପହଣ୍ଡି ଓ ରଥରେ ପୂଜା ପରେ ରଥଟଣା ହୋଇଥିଲା ।

ଅପରାହ୍ଣ ୫ଟାରେ ରଥ ଜମେଶ୍ୱର ପାଟଣାରୁ ଛୋଟ ଛୋଟ ପିଲାମାନେ ରଥ ଟାଣି ଟାଣି ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର, ତିନିମୁଣ୍ଡିଆ ଛକ, ପରିଭ୍ରମଣ କରାଇ ଗଙ୍ଗା ଯମୁନା ମନ୍ଦିରକୁ ନେଇଥିଲେ । ଏଥିରେ କମିଟିର ସଂପାଦକ ବସନ୍ତ କୁମାର ସମର୍ଥା, ଗୌରୀ ଖଟେଇ, ବାବୁ ଖୁଂଟିଆ, ସୁବାଷ ବାରିକ, ସୁବାଷ ଦାସ, କେଦାର ପ୍ରଧାନ ଓ ଶତାଧିକ ସଭ୍ୟ ସାମିଲ ହୋଇଥିଲେ ।

ସେହିପରି ବଡ଼ଦାଣ୍ଡ ସାହିରେ ଘୋଷଯାତ୍ରା କମିଟି ପକ୍ଷରୁ ବାହୁଡ଼ା ଅନୁଷ୍ଠିତ ହୋଇଯାଇଛି । ବଡଦାଣ୍ଡ ସାହିରୁ ସୁସଜ୍ଜିତ ରଥ ବାହାରି ଶ୍ରୀଲିଙ୍ଗରାଜ ମନ୍ଦିର ନିକଟକୁ ଯାଇ ରଥ ଦାଣ୍ଡ ପରିକ୍ରମା କରି ରାମେଶ୍ୱର ବାରିକ୍ ସାହି ଛକ ନିକଟ ହନୁମାନ ମନ୍ଦିରକୁ ଯାଇଥିଲା । ଏହାକୁ କମିଟିର ଶକ୍ତି ପ୍ରସାଦ ସାହୁ, ସମ୍ପାଦକ ସୁଶୀଲ ପ୍ରହରାଜ, ଉପଦେଷ୍ଟା ଅମିୟ ବିଶୋଇ, ଅମିତ ଶତପଥି, ଗୌତମ ସାହୁ, ଭାରତ ବିଶୋଇ, ପିଂଟୁ ସାହୁ, ରାହୁଲ ସାହୁ ପ୍ରମୁଖ ପରିଚାଳଣା କରିଥିଲେ ।

ସେହିପରି ଭୀମଟାଙ୍ଗି ତଳ ଫେଜ୍ଠାରେ ସାଇଶ୍ରୀ କ୍ଲବ ପକ୍ଷରୁ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା । ରଥକୁ ଟଣା ଯାଇ ଭୀମଟାଙ୍ଗି ଫେଜ୍ ନଂ ୬ର ଅନନ୍ତ ନଗରକୁ ନିଆଯାଇଥିଲା । ଏହାକୁ ବବିତା ସାହୁ ପରିଚାଳଣା କରିଥିଲେ ।

Leave A Reply

Your email address will not be published.