ଭୁବନେଶ୍ୱର : ଉଭୟ ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ ଓ ହିନ୍ଦୁ ସଂଗଠନ ମୁହାଁମୁହିଁ ହୋଇଛନ୍ତି । ଆଜି ଚନ୍ଦ୍ରଗ୍ରହଣ ସତ୍ତ୍ୱେ ହେତୁବାଦୀମାନେ ରାଜରାସ୍ତାରେ ସାମୁହିକ ଭୋଜନ କରୁଛନ୍ତି । ହେତୁବାଦୀ ବିରିୟାନୀ ଖାଇବାକୁ ଏକତ୍ର ହୋଇଥିଲେ । ଏହି ସମୟରେ ହିନ୍ଦୁ ସଂଗଠନ ବିରୋଧ କରିଥିଲା । ରାଜଧାନୀର ଲୋହିଆ ଏକାଡେମୀରେ ଉଭୟ ପକ୍ଷ ଧସ୍ତାଧସ୍ତି ହୋଇଛନ୍ତି । ଖାଦ୍ୟପରସା ସ୍ଥାନରେ ଉତ୍ତେଜନା ବଢିବାରୁ ଉପସ୍ଥିତ ପୋଲିସ ଲାଠିଚାର୍ଜ କରିଥିଲା । ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ବ୍ରାହ୍ମଣ ସମାଜ ହେତୁବାଦୀଙ୍କ ବିରିୟାନୀ ଖାଇବାକୁ ବିରୋଧ କରିଥିଲେ । ଏପରିକି ସେମାନଙ୍କ ଉପରକୁ ଗୋବର ଫୋପାଡିଥିଲେ । ହିନ୍ଦୁ ଧର୍ମ ଅନୁସାରେ ପରାଗ ଓ ଗ୍ରହଣର ସ୍ୱତନ୍ତ୍ରତା ରହିଛି । ହିନ୍ଦୁ ଧର୍ମର ହୋଇ ହେତୁବାଦୀ ସର୍ବସାଧାରଣରେ ଗ୍ରହଣ ଦିନ ବିରିୟାନୀ ଖାଇବା ଗ୍ରହଣୀୟ ନୁହେଁ ବୋଲି ହିନ୍ଦୁ ସଂଗଠନ କହିଛନ୍ତି । ଘଣ୍ଟ ବାଡେଇ ଶ୍ରୀରାମ ନାରା ଦେଇଥିଲେ ହିନ୍ଦୁତ୍ୱବାଦୀ ।
BREAKING NEWS
- ୪୦ଟି ଦେଶରୁ ଅଶୋଧିତ ତେଲ ଆମଦାନୀ କରୁଛି ଭାରତ, ଇନ୍ଧନର କୌଣସି ଅଭାବ ନାହିଁ
- Fuel Surcharge Hike: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ବଢ଼ିଲା ଫୁଏଲ ସରଚାର୍ଜ, ବିମାନ ଯାତ୍ରା ମହଙ୍ଗା
- ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଅଭିଯାନ; ୧୦ ହଜାରରୁ ଅଧିକ ମହିଳାଙ୍କୁ କିଟ୍ ଓ ସଚେତନତା ବାଣ୍ଟିଲା ଟିପିଏସ୍ଓଡିଏଲ୍
- ବିଜେଡିକୁ ଶକ୍ତ ଝଟ୍କା, ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
- ଅପରେସନ ସାଇବର କବଚ: ୩୪,୧୦୧ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୩୬ ଜଣ ଗିରଫ
- ଏଥର ଟି୨୦ରେ ବୁମରାହଙ୍କୁ କମ ଦେଖିବାକୁ ମିଳିବ
- ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ
Comments are closed.