Latest Odisha News

BREAKING NEWS

ରାବଣ ପୋଡି ଲାଗି ଚଳଚଞ୍ଚଳ ଟ୍ୱିନସିଟି, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରରେ ‘ରାବଣ ପୋଡି’ ଲାଗି ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ରାବଣ ପୋଡି ସହ ବିଜୟ ଦଶମୀ ଉତ୍ସବ ପାଳନ ଲାଗି ଚଳଚଞ୍ଚଳ ହୋଇପଡିଛି ସାରା ରାଜ୍ୟ ।

କଟକର ବାଲିଯାତ୍ରା ପଡିଆରେ ଏକ ବଡ ରାବଣର ପୁତୁଳା ନିର୍ମାଣ କରାଯିବା ସହ ଆତସବାଜି ଲାଗି ସେଥିରେ ବିପୁଳ ପରିମାଣର ବାଣ ଖଞ୍ଜା ଯାଇଛି ।

ସେହିପରି ଭୁବନେଶ୍ୱରର ବରମୁଣ୍ଡା, ଝାରପଡା, ନହରକଣ୍ଟା, ଚନ୍ଦକା ଓ ଜଟଣୀ ଭଳି ୫ଟି ସ୍ଥାନରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେବ ।

ଏହି ଉତ୍ସବକୁ ସୂଚାରୁ ରୂପେ ପରିଚାଳନା କରିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପୋଲିସ ପକ୍ଷରୁ ଜାରି ଗାଇଡଲାଇନ ଅନୁଯାୟୀ-
  • ଆତସବାଜି ସମୟରେ ଦର୍ଶକମାନେ ପାଖାପାଖି ୧୦୦ମି. ଦୂରତା ବଜାୟ ରଖିବେ
  • କମ୍ ତୀବ୍ରତା ବିଶିଷ୍ଟ ବାଣର ବ୍ୟବହାର କରିବା ଲାଗି ଆୟୋଜକ ମାନଙ୍କୁ କୁହାଯାଇଛି
  • ଦର୍ଶକଙ୍କ ସୁରକ୍ଷା ଲାଗି ବ୍ୟାରିକେଡ୍ ବ୍ୟବସ୍ଥା
  • ଭିଡକୁ ନିୟନ୍ତ୍ରଣ ଲାଗି ସ୍ୱେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯାଇଛି ।
  • କୌଣସି ପ୍ରକାର ଅପ୍ରିତିକିର ପରିସ୍ଥିତିକୁ ଏଡାଇବା ଲାଗି ଫାୟାର ବିଗ୍ରେଡ ଟିମ୍ ସଜାଗ ରହିଛନ୍ତି

ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ ଡିଜି ସୁଧାଂଶୁ ଷଡଙ୍ଗି କହିଛନ୍ତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ଲାଗି ସୋମବାର ଦିନ ପୂଜା ପେଣ୍ଡାଲ୍ ଗସ୍ତ କରିଥିଲୁ । ପ୍ରବେଶ, ପ୍ରସ୍ଥାନ ତଥା ଭିଡକୁ ନେଇ ଆୟୋଜକମାନଙ୍କ ସହ ଆଲୋଚନ କରିଥିଲୁ । ଆହୁରି ମଧ୍ୟ ରାବଣର ପୁତୁଳା ନିକଟସ୍ଥ ଷ୍ଟଲ୍ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ସେମାନଙ୍କୁ ନିର୍ଦ୍ଦେଶ ଦେଇଛୁ ।

Leave A Reply

Your email address will not be published.