Latest Odisha News

କରୋନା ରୋଗୀଙ୍କୁ ଅକ୍ସିଜେନ ସେବା ଯୋଗାଉଛନ୍ତି ଅଭିନେତ୍ରୀ ରବୀନା ଟଣ୍ଡନ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ସହିତ ଭାରତ ସଂଘର୍ଷ କରୁଥିବାରୁ ସେଲିବ୍ରିଟିମାନେ ଲୋକମାନଙ୍କୁ ଏହି ସଙ୍କଟର ମୁକାବିଲା କରିବାରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ରବୀନା ଟଣ୍ଡନ ମଧ୍ୟ ଏହି ସମାଜ କଲ୍ୟାଣ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀର କରୋନା ରୋଗୀଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ପ୍ରଥମ ଯୋଗାଣର ଫଟୋ ସେୟାର କରିଥିଲେ।

ରୋଗୀଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଇବା କରିବା ପାଇଁ ରବୀନା ଟଣ୍ଡନ ରୁଦ୍ର ଫାଉଣ୍ଡେସନ ସହ ହାତ ମିଳାଇଛନ୍ତି। ଆଜି ମୁମ୍ବାଇରୁ ଦିଲ୍ଲୀକୁ ପ୍ରଥମ ଅକ୍ସିଜେନ ସିଲଣ୍ଡର ପଠେଇଛନ୍ତି ରବୀନା। ସେ ଟ୍ୱିଟରରେ ଲେଖିଛନ୍ତି, “ଏହା ସମୁଦ୍ରକୁ ଶଙ୍ଖେ ଭଳି, କିନ୍ତୁ ଆଶା କରୁଛି ଏହା କିଛି ଲୋକଙ୍କୁ ସାହାଯ୍ୟ କରିବ।

ଅକ୍ସିଜେନ ଅଭାବ ସମଗ୍ର ଦେଶରେ ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବାରୁ ରୋଗୀଙ୍କୁ ଅମ୍ଳଜାନ ସେବା ଯୋଗାଇବା ବ୍ୟବସ୍ଥା କରିଛନ୍ତି। ସେ ଏହାକୁ ‘ଗଡସ୍ପିଡ୍’ ବୋଲି କହିଛନ୍ତି।

Comments are closed.