Latest Odisha News

କରୋନା ସତର୍କତା: ବାଣୀବିହାର ପରେ ବନ୍ଦ ହେଲା ରେଭେନ୍ସା ହଷ୍ଟେଲ

ଭୁବନେଶ୍ୱର: ବଢୁଥିବା କରୋନା ଭୂତାଣୁ ଠାରୁ ସତର୍କ ରହିବା ନିମନ୍ତେ ସୋମବାର ଠାରୁ କଟକ ସ୍ଥିତ ରେଭେନ୍ସା ବିଶ୍ୱ ବିଦ୍ୟାଳୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ଆଜି ଓରଥମେ ଉତ୍କଳ ବିଶ୍ୱବିଦ୍ୟାଳୟ ହେଷ୍ଟଲକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା । ୨୪ ଘଂଟା ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ପିଜି କାଉଂସିଲ ଅଧ୍ୟକ୍ଷ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟକୁ ବନ୍ଦ କରିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦୁଇ ପ୍ରମୁଖ ବିଶ୍ବବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ବନ୍ଦ କରିବା ପାଇଁ ନିର୍ଦେଶ ଜାରି କରାଯାଇଛି।

କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟର ହଷ୍ଟେଲ ଓ ମେସ୍ ଗୁଡିକୁ ବନ୍ଦ କରିବା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏହି ଘୋଷଣା ହୋଇଛି।

ପୂର୍ବରୁ ୧୪ ତାରିଖରୁ ବିଶ୍ୱବିଦ୍ୟାଳୟର ଛାତ୍ରାବାସରୁ ଯେଉଁ ଛାତ୍ରଛାତ୍ରୀଙ୍କୁ ଯିବା ପାଇଁ ଚାଁହୁଛନ୍ତି ସେମାନେ ହଷ୍ଟେଲ ଛାଡି ଯାଇପାରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ଯେଉଁ ବିଭାଗ ଗୁଡିକର ମିଡ଼ ସେମିଷ୍ଟାର ରହିଛି, ସେସବୁ ଗୁଡିକର ୩୧ ମାର୍ଚ୍ଚ ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

Comments are closed.