Latest Odisha News

BREAKING NEWS

ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ ରେଭେନ୍ସାର କଡା ନିର୍ଦ୍ଦେଶ: ସାଢେ ୫ଟା ସୁଦ୍ଧା କ୍ୟାମ୍ପସ ଛାଡ….

କଟକ: ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପରେ ଏବେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମହିଳା ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଥିବା ବେଳେ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ଭିତରେ ଏବେ ବଡ ପଦକ୍ଷେପ ଗ୍ରହଣ କରିଛି ରେଭେନ୍ସା । ସଂଧ୍ୟା ୫ଟା ୩୦ ପରେ କଲେଜ କ୍ୟାମ୍ପସ ଭିତରେ କୌଣସି ମହିଳା କର୍ମଚାରୀ କି ଛାତ୍ରୀଙ୍କୁ ନରହିବା ପାଇଁ ନିର୍ଦ୍ଦେଶ ଜାରି କରିଛି । ସାଢେ ୫ଟା ସୁଦ୍ଧା ସମସ୍ତ କାର୍ଯ୍ୟ ସାରି ବାହାରିବାକୁ ପରାମର୍ଶ ଦିଆଯାଇଛି ।

ଏନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟର ଭାଇସ୍‌-ଚାନ୍ସଲର ସନ୍ଧ୍ୟା ୫.୩୦ ପରେ ପରିସରରେ ମହିଳା କର୍ମଚାରୀ ଏବଂ ଛାତ୍ରୀଙ୍କ ଉପସ୍ଥିତି ଉପରେ କଟକଣା ଜାରି କରିଛନ୍ତି । ନିର୍ଦ୍ଦିଷ୍ଟ କାର୍ଯ୍ୟ ସମୟ ଏବଂ ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲେଖ କରି ଏକ ମାନକ କାର୍ଯ୍ୟ ପ୍ରକ୍ରିୟା (SOP) ସୃଷ୍ଟି ନହେବା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି ।

ନିର୍ଦ୍ଦେଶରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ସନ୍ଧ୍ୟା ୫.୩୦ ପରେ କୌଣସି ମହିଳା ଅଧ୍ୟାପକ, କର୍ମଚାରୀ କିମ୍ବା ଛାତ୍ରୀଙ୍କୁ କର୍ମକ୍ଷେତ୍ରରେ କିମ୍ବା କ୍ୟାମ୍ପସରେ ରହିବାକୁ ଅନୁମତି ଦିଆଯାଇନାହିଁ । କାର୍ଯ୍ୟ ସମୟ ଏବଂ ସୁରକ୍ଷା ପଦକ୍ଷେପ ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଏବଂ ପ୍ରୋଟୋକଲ୍ ରୂପରେଖା ପ୍ରଦାନ କରିବା ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ ।

 

Comments are closed.