ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ରେସଲରଙ୍କ ପ୍ରାଧାନ୍ୟ ବଜାୟ ରହିଛି । ଶନିବାର ୫୭କେଜି ବିଭାଗରେ ରବି ଦାହିୟା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ସେ ନାଇଜେରିୟାର ଏବିକେବୋନିମୋଙ୍କୁ ୧୦-୦ରେ ପରାସ୍ତ କରିଥିଲେ । ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ରବିଙ୍କ ସମ୍ପୂର୍ଣ୍ଣ ଏକତରଫା ଭାବେ ଏହାକୁ ଜିତି ନେଇଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡାରେ ରବି ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଛନ୍ତି । ରେସଲିଂରେ ୪ ସ୍ୱର୍ଣ୍ଣ ସହ ଭାରତ ୮ ପଦକ ହାସଲ କରି ନେଇଛି । ଶୁକ୍ରବାର ରେସଲିଂରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଓ ଦୀପକ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଟେକ୍ନିକାଲ ସୁପରିୟରିଟିରେ ରବି ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ ଦେଇଥିଲେ । ପ୍ରଥମ ୨ ମିନିଟ ପର୍ଯ୍ୟନ୍ତ ଏବିକୋବୋନିମୋ କଡା ସଂଘର୍ଷ କରିଥିଲେ ମାତ୍ର ଏହା ପରେ ତାଙ୍କ ଦୁର୍ବଳତାକୁ ଧରି ରବି ଆକ୍ରମଣାତ୍ମକ ପ୍ରଦର୍ଶନ କରି ମୁକାବିଲାରେ ଜିତିଥିଲେ ।
BREAKING NEWS
- Youth Commits Suicide: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
- ଜାତୀୟ ସଙ୍ଗୀତ ଗାୟନ ବିବାଦ ପରେ ଇରାନର ୫ ଖେଳାଳିଙ୍କୁ ମାନବୀୟ ଭିଜା ଦେଲା ଅଷ୍ଟ୍ରେଲିଆ
- ଏବର୍ଷ ରାଜ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା
- “Rahul Gandhi ‘urban naxal'”: ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ, କହିଲେ, ‘ନକ୍ସଲ… ନିର୍ବୋଧ ରାଜକୁମାର…’
- ବିପୁଳ ପରିମାଣର ଗଞ୍ଜେଇ ସହ ନଗଦ ୪ ଲକ୍ଷ ଟଙ୍କା ଜବତ, ଦୁଇ ଗିରଫ
- ଟି୨୦ ବିଶ୍ୱକପର ଶ୍ରେଷ୍ଠ ଏକାଦଶ ଘୋଷିତ
- ବଡ଼ ପରଦାରେ ‘ମଧୁବାଲା’: ଏହି ଅଭିନେତ୍ରୀ ପାଲଟିବେ ‘ହୁସନ୍ କି ମଲ୍ଲିକା’
- ଟ୍ରମ୍ପଙ୍କ ଭୟଙ୍କର ଚେତାବନୀ, ତେଲ ରୋକିଲେ ନିଆଁ ବର୍ଷିବ
- ପାକିସ୍ତାନରେ ହାହାକାର: ତେଲ ସରିଲା, ସ୍କୁଲ ବନ୍ଦ !
- ସଞ୍ଜୁ ସାମସନ ହୋଇପାରନ୍ତି ଟିମ ଇଣ୍ଡିଆର ପରବର୍ତୀ ଟି୨୦ ଅଧିନାୟକ
Comments are closed.