ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ରେସଲରଙ୍କ ପ୍ରାଧାନ୍ୟ ବଜାୟ ରହିଛି । ଶନିବାର ୫୭କେଜି ବିଭାଗରେ ରବି ଦାହିୟା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ସେ ନାଇଜେରିୟାର ଏବିକେବୋନିମୋଙ୍କୁ ୧୦-୦ରେ ପରାସ୍ତ କରିଥିଲେ । ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ରବିଙ୍କ ସମ୍ପୂର୍ଣ୍ଣ ଏକତରଫା ଭାବେ ଏହାକୁ ଜିତି ନେଇଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡାରେ ରବି ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଛନ୍ତି । ରେସଲିଂରେ ୪ ସ୍ୱର୍ଣ୍ଣ ସହ ଭାରତ ୮ ପଦକ ହାସଲ କରି ନେଇଛି । ଶୁକ୍ରବାର ରେସଲିଂରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଓ ଦୀପକ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଟେକ୍ନିକାଲ ସୁପରିୟରିଟିରେ ରବି ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ ଦେଇଥିଲେ । ପ୍ରଥମ ୨ ମିନିଟ ପର୍ଯ୍ୟନ୍ତ ଏବିକୋବୋନିମୋ କଡା ସଂଘର୍ଷ କରିଥିଲେ ମାତ୍ର ଏହା ପରେ ତାଙ୍କ ଦୁର୍ବଳତାକୁ ଧରି ରବି ଆକ୍ରମଣାତ୍ମକ ପ୍ରଦର୍ଶନ କରି ମୁକାବିଲାରେ ଜିତିଥିଲେ ।
BREAKING NEWS
- ୧ ହଜାର ଷଣ୍ଢଙ୍କୁ ନେଇ ଆରମ୍ଭ ବିବାଦୀୟ ଜଲ୍ଲିକଟ୍ଟୁ…
- India Vs Iran: ଭାରତ ନା ଇରାନ ? ସ୍ୱାଦ, ରଙ୍ଗ ଏବଂ ସୁଗନ୍ଧ ଦୃଷ୍ଟିରୁ କେଉଁ ଦେଶର କେସର ୧ ନମ୍ବର…
- ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ନବୀକରଣ; ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ବିଆଇଟିଏମ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
- ଅଭିନେତା ସାଲମାନ ଖାନ ଓ ହ୍ରିତିକ ରୋଶନଙ୍କ ନାଁରେ ଖାଉଟି ଅଦାଲତରେ ଏତଲା ରୁଜୁ
- ଭାରତକୁ ଧମକ ଦେଲା ଆତଙ୍କବାଦୀ ରୌଫ୍
- Iran Crisis: ଇରାନ ସଂକଟ ମଧ୍ୟରେ ଭାରତର ପଦକ୍ଷେପ, ଆରମ୍ଭ ହେଲା ବଡ଼ ଅପରେସନ
- Protests Against SIR: ପଶ୍ଚିମବଙ୍ଗରେ SIR ବିରୋଧରେ ହିଂସାତ୍ମକ ପ୍ରତିବାଦ, BDO କାର୍ଯ୍ୟାଳୟରେ ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦେଲେ ପ୍ରତିବାଦକାରୀ…
- Elephant Died: ବୋମା ଖାଇଥିବା ଗୁରୁତର ହାତୀର ମୃତ୍ୟୁ…
- ED Raid: ବରିଷ୍ଠ ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ଇଡି ଚଢ଼ାଉ
- Machado Gave Nobel to Trump: ନିଜ ନୋବେଲ୍ ପୁରସ୍କାରକୁ ଟ୍ରମ୍ପଙ୍କୁ ଉପହାର ଦେଲେ ମାଚାଡୋ… କ’ଣ ଏବେ ଆମେରିକା ରାଷ୍ଟ୍ରପତି ନୋବେଲ ବିଜେତା?
Comments are closed.