ମୁମ୍ବାଇ: ପ୍ରଥମ ଥର ପାଇଁ ରଣବୀର ଏକ ଧାର୍ମିକ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ ‘ରାମାୟଣ’ରେ ରଣବୀର କରୁଛନ୍ତି ଅଭିନୟ। ତେଣି ଏହା ଏବେ ଶିରୋନାମାରେ ରହିଛି । ଫିଲ୍ମରେ ରଣବୀରଙ୍କୁ ପ୍ରଭୁ ରାମଙ୍କ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ସାଇ ପଲ୍ଲବୀ ସୀତା, ୟଶ ରାବଣ ଓ ସନି ଦେଓଲ ହନୁମାନଙ୍କ ଭୂମିକାରେ ନଜର ଆସିବେ।
ଫିଲ୍ମରେ ଲକ୍ଷ୍ମଣ ଭୂମିକାରେ ରବି ଦୁବେ ନଜର ଆସିବେ ବୋଲି ଜଣାପଡିଛି। ଏନେଇ ସ୍ପଷ୍ଟ କରିଛନ୍ତି ଖୋଦ ଅଭିନେତା ରବି ଦୁବେ । ଏକ ସାକ୍ଷାତକାରରେ ସେ କହିଛନ୍ତି , ଫିଲ୍ମରେ ନିର୍ମାତାଙ୍କ ପରମିଶନ ସହ ମୁଁ ଅଛି । ମୋତେ ଲାଗୁଛି କି ଏହି ପ୍ରୋଜେକ୍ଟରେ ପବିତ୍ରତା ରହିଛି । ମୁଁ ଫିଲ୍ମରେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରୁଛି। ଏହି ଭୂମିକା ପ୍ରତି ତାଙ୍କର ଉତ୍ସର୍ଗୀକୃତତା ଏବଂ ରଣବୀର କପୁରଙ୍କ ସହ କାମ କରିବାକୁ ଉତ୍ସାହିତ ଥିବା ବିଷୟରେ ମଧ୍ୟ କହିଥିଲେ।
ପ୍ରକାଶ ଥାଉକି, ରଣବୀର କପୁର ଏହି ଫିଲ୍ମରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ ମାତା ସୀତା ଭୂମିକାରେ ନଜର ଆସିବେ ସାଉଥ ସୁନ୍ଦରୀ ସାଇ ପଲ୍ଲବୀ । ଏଥିସହ ଅନ୍ୟାନ୍ୟ ଭୂମିକାଙ୍କ ବିଷୟରେ କହିବାକୁ ଗଲେ, ବିଭୀଷଣ ଭୂମିକା ପାଇଁ ବିଜୟ ସେଥୁପଥି ଏବଂ ହନୁମାନ ଭୂମିକା ପାଇଁ ସନ୍ନି ଦେଓଲ, କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେୱଲ, କୈକେୟୀଙ୍କ ଭୂମିକା ପାଇଁ ଲାରା ଦତ୍ତାଙ୍କ ନାଁ ଫାଇନାଲ କରାଯାଇଥିବା ଚର୍ଚ୍ଚା ଜୋର ଧରିଛି । ତେବେ ଫିଲ୍ମର ଷ୍ଟାରକାଷ୍ଟଙ୍କ ନାଁ ଅଫିସିଆଲି ଘୋଷଣା କରିନାହାଁନ୍ତି । ଖୁବଶୀଘ୍ର ଏହା ଘୋଷଣା କରାଯିବ ବୋଲି ଆଶା ।
Comments are closed.