Latest Odisha News

BREAKING NEWS

ମଣିପୁର ହିଂସା ମାମଲାରେ ରବି କିଷାନଙ୍କ ବୟାନ; ବିରୋଧୀଙ୍କୁ ପାକିସ୍ତାନ, ଶ୍ରୀଲଙ୍କା ଓ ଚୀନ ଯିବା ଉଚିତ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଣିପୁରରେ ଘଟିଥିବା ଘଟଣାକୁ ନେଇ ସଡ଼କଠୁ ସଂସଦ ସବୁଠି ମାହୋଲ ଗରମ। ଏହି ସମୟରେ ବିରୋଧୀ ଦଳର ସାଂସଦମାନେ ଏକ ପ୍ରତିନିଧୀ ଦଳ ଗଠନ କରି ଜୁଲାଇ ୨୯ ଏବଂ ୩୦ ରେ ମଣିପୁର ଗସ୍ତ କରିବେ। ତେବେ ଏନେଇ ବିଜେପି ସାଂସଦ ରବି କିଷାନ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ କହିଛନ୍ତି, ବିରୋଧୀ ଯେଉଁଠାରେ ଚାହିଁବେ ସେଠାକୁ ଯାଇପାରିବେ। ବିରୋଧୀ ଦଳ ପାକିସ୍ତାନ, ଶ୍ରୀଲଙ୍କା ଏବଂ ଚୀନ୍ ଯିବା ଉଚିତ୍।

ଏହି ବୟାନ ଏବେ ଆଲୋଚନାର ଶୀର୍ଷରେ ରହିଛି। ମଣିପୁର ହିଂସାକୁ ନେଇ ସଂସଦର ମୌସୁମୀ ଅଧିବେଶନରେ କ୍ରମାଗତ ଭାବେ ହଙ୍ଗାମା ଜାରି ରହିଛି। ମଣିପୁର ଘଟଣାରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ଯେଉଁଥି ପାଇଁ ପଞ୍ଚମ ଦିନରେ ମଧ୍ୟ ଉଭୟ ଗୃହରେ ଅଚଳାବସ୍ଥା ଜାରି ରହିଛି । ଗତକାଲି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ସକାଳୁ ଗୃହ ଆରମ୍ଭ ହେବା ସମୟରେ ବିରୋଧୀଙ୍କ ହଟ୍ଟଗୋଳ ଏବଂ ମଣିପୁର ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିବାରୁ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।

ଅନ୍ୟପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ବିରୋଧୀ ଶାନ୍ତିପୂର୍ଣ୍ଣ ଭାବରେ ଆଲୋଚନାରେ ଅଂଶଗ୍ରହଣ କରନ୍ତି ନାହିଁ ଏବଂ ସଂସଦରେ କୌଣସି ବିଲ୍ ପାରିତ କରିବାରେ ସହଯୋଗ କରନ୍ତି ନାହିଁ। ଆମେ ବିରୋଧୀଙ୍କଠାରୁ ଗଠନମୂଳକ ପରାମର୍ଶ ନେବାକୁ ପ୍ରସ୍ତୁତ, କିନ୍ତୁ ହଠାତ୍ ସେ ଅନାସ୍ଥା ପ୍ରସ୍ତାବ ଆଣି ଗୃହରେ ହଟ୍ଟଗୋଳ କରନ୍ତି। ଯଦି ବିରୋଧୀ ଚାହାଁନ୍ତି ମଣିପୁର ଘଟଣା ଉପରେ ସତ୍ୟ ବାହାର କରିବାକୁ ତେବେ ଶାନ୍ତିପୂର୍ଣ୍ଣ ଭାବେ କେନ୍ଦ୍ର ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ସୂଚନା ଥାଉକି ୫ ଦିନ ଧରି ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଗୃହରେ ଅଚଳାବସ୍ଥା ଜାରି ରହିଛି। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ଭାଙ୍ଗିବା ଲାଗି ବିରୋଧୀ ଦାବି କରୁଛନ୍ତି।

Leave A Reply

Your email address will not be published.