Latest Odisha News

BREAKING NEWS

ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ବାଦ ପଡ଼ିଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ବିଜୟରୁ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ଆହତ କାରଣରୁ ସିରିଜକୁ ବାଦ ପଡ଼ିଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ତାଙ୍କ ସ୍ଥାନରେ ସାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିଛି ।

କାନବେଲାରରେ ଗତକାଲି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ବ୍ୟାଟିଂ ବେଳେ ଆହତ ହୋଇଥିଲେ ରବୀନ୍ଦ୍ର ଜାଡେଜା । ଶେଷ ଓଭରରେ ବ୍ୟାଟିଂ ବେଳେ ମିଚେଲ୍ ଷ୍ଟାର୍କଙ୍କ ବାଉନସର ତାଙ୍କ ହେଲମେଟରେ ମାଡ଼ ହୋଇଥିଲା । ସେ ଆହତ ହୋଇଥିଲେ ।

ବିସିସିଆଇ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ଡାକ୍ତରୀ ଟିମଙ୍କ ତତ୍ତ୍ୱାବବଧାନରେ ଅଛନ୍ତି ଜାଡେଜା । ତାଙ୍କର ମୁଣ୍ଡ ସ୍କାନିଂ କରାଯିବ । ପରବର୍ତ୍ତୀ ମ୍ୟାଚରେ ସେ ଖେଳିବେ ନାହିଁ ।

ଗତକାଲି ପ୍ରଥମ ଟି-ଟ୍ୱେଣ୍ଟିରେ ଜାଡେଜା ୨୩ ବଲରେ ଅପରାଜିତ ୪୪ ରନ୍ କରିଥିଲେ । ଅଷ୍ଟ୍ରେଲିଆ ଆଗରେ ଭାରତ ଦେଇଥିଲା ୧୬୧ରନ୍ ବିଜୟ ଲକ୍ଷ୍ୟ । ମ୍ୟାଚକୁ ୧୧ ରନରେ ଜିତିଥିଲା ଟିମ୍ ଇଣ୍ଡିଆ ।

Leave A Reply

Your email address will not be published.