Latest Odisha News

BREAKING NEWS

ସୋନିଆଙ୍କୁ ବିଜେପିର ପାଲଟା ପ୍ରଶ୍ନ; ରାଜଧର୍ମ ନାଁରେ ଲୋକଙ୍କୁ ଉସୁକାଇବା ବନ୍ଦ କରୁ କଂଗ୍ରେସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସିଏଏ ହିଂସା ଥମିଯାଇଛି । କିନ୍ତୁ ଏହି ମାମଲାରେ ରାଜନୈତିକ ବୟାନ ଏବେ ବି ଜାରି ରହିଛି । ତେବେ କଂଗ୍ରେସ ରାଷ୍ଟ୍ରପତିଙ୍କ ପାଖକୁ ଯାଇ ରାଜଧର୍ମ ପ୍ରସଙ୍ଗ ଉଠାଇଥିଲା । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଦ୍ୱାରା ମୋଦି ସରକାରଙ୍କ ଉପରେ ରାଜଧର୍ମ ପାଳନ ନେଇ କରାଯାଇଥିବା ପ୍ରଶ୍ନ ଉପରେ ଏବେ ବିଜେପି ପାଲଟା ପ୍ରଶ୍ନ କରିଛି ।

କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, “କଂଗ୍ରେସ ଦଳ ରାଜଧର୍ମ ନାଁରେ ଲୋକମାନଙ୍କୁ ଉସୁକାଇବା ବନ୍ଦ କରୁ । ସୋନିଆ ଗାନ୍ଧୀ ରାମଲୀଳା ମୈଦାନରେ ଉତ୍ତେଜକ ଭାଷଣ ଦେଇଥିଲେ । ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ଅଳ୍ପସଂଖ୍ୟକଙ୍କ ନାଗରିକତା ଉପରେ ପୂର୍ବରୁ କଂଗ୍ରେସ ନେତାମାନେ ଦାବି କରି ଆସିଥିଲେ । ଏବେ କ’ଣ କଂଗ୍ରେସ ନୀତି ପରିବର୍ତ୍ତନ କଲା ? ଏହା ରାଜଧର୍ମ କି? ଆପଣ କଲେ ଠିକ୍‌, କିନ୍ତୁ ଆମେ କଲେ ଲୋକଙ୍କୁ ଉସୁକାଯାଉଛି ।”

Comments are closed.