Latest Odisha News

BREAKING NEWS

ମହୁ ଖାଇଲେ ଷ୍ଟ୍ରୋକ୍‌ ଆଶଙ୍କା ହୁଏ ଦୂର!

ଭୁବନେଶ୍ବର:ଔଷଧୀୟ ଗୁଣରେ ଭରପୂର ଅଟେ ମହୁ । ଏହି ମହୁର ସ୍ବାଦ କାହାକୁ ଅବା ଭଲ ନ ଲାଗେ । ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଶରୀରକୁ ସୁସ୍ଥ ଓ ନୀରୋଗ ରଖେ ମହୁ । ଓଜନ କମାଇବାରେ ମଧ୍ୟ ଏହା ସାହାଯ୍ୟ କରେ । ଧ୍ୟାନ ରଖନ୍ତୁ ମହୁ ଅସଲି ହେବା ଆବଶ୍ୟକ ।

ଏହାର ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଶରୀରରେ ରକ୍ତ ସଂଚାଳନକୁ ସକ୍ରିୟ ରଖିଥାଏ। ଫଳରେ ହାର୍ଟ-ଆଟାକ୍‌, ଷ୍ଟ୍ରୋକ୍‌ ଓ କ୍ୟାନ୍‌ସର ଭଳି ଭୟଙ୍କର ରୋଗରୁ ଏହା ଆମକୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ଏଥିସହ ରକ୍ତହୀନତା ସମସ୍ୟାରେ ପିଡୀତ ବ୍ୟକ୍ତିମାନଙ୍କ ପାଇଁ ମହୁ ବେଶ୍‌ ଲାଭଦାୟକ। ଏହାକୁ ସେମାନେ ପ୍ରତିଦିନ ନିଜ ଦୈନନ୍ଦିନ ଖାଦ୍ୟରେ ଖାଇପାରିବେ। ଯଦି ସକାଳେ ଖାଲି ପେଟରେ ଏବଂ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣି ସହ ଲେମ୍ବୁ ରସ ଓ ଏକ ଚାମଚ ମହୁ ମିଶାଇ ପିଅନ୍ତି ତେବେ ଓଜନ ହ୍ରାସ ମଧ୍ୟ ପାଇଥାଏ ।

ଉଚ୍ଚ ରକ୍ତଚାପ ବ୍ୟତୀତ ଶରୀରରେ ଶର୍କରାର ପରିମାଣକୁ ମଧ୍ୟ ସନ୍ତୁଳିତ ରଖେ ମହୁ। ସାଧାରଣତଃ ମଧୁମେହ ଥିବା ଲୋକମାନଙ୍କୁ ମିଠା ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ। କିନ୍ତୁ ମହୁ ସେମାନଙ୍କ ପାଇଁ ବେଶ୍‌ ଉପଯୋଗୀ ଅଟେ ।

ଏହା ଆମ ମସ୍ତିଷ୍କକୁ ତୀକ୍ଷ୍ଣ କରିବା ସହ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ମହୁ । ଛୋଟ ପିଲାମାନଙ୍କୁ ଅଧିକ ଥଣ୍ଡା କାଶ ଓ କଫ ହୋଇଥାଏ। ସେମାନଙ୍କ ପାଇଁ ଏହା ବରଦାନ ଅଟେ। ଘରୋଇ ଉପଚାର ଭାବେ ମହୁ ସହ କ୍ଷୀର ମିଶାଇ ପିଇବା ଦ୍ୱାରା ସେମାନଙ୍କୁ ଆରାମ ମିଳିଥାଏ।

Comments are closed.