Latest Odisha News

BREAKING NEWS

ବିଟ୍‌କୁ କଞ୍ଚା ଖାଇବା ଭଲ ନା ରାନ୍ଧିକି..ଜାଣନ୍ତୁ ସଠିକ୍ ଉପାୟ

ଭୁବନେଶ୍ବର:ବିଟ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଏହାର ସେବନ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ବିଶେଷକରି ଯେଉଁମାନେ ରକ୍ତହୀନତାରେ ପୀଡିତ, ସେମାନଙ୍କ ପାଇଁ ବିଟ୍ ଖାଇବା ବହୁତ ଭଲ । ବିଟରେ ମାଙ୍ଗାନିଜ୍, ପୋଟାସିୟମ୍, ଆଇରନ୍, ଫୋଲେଟ୍, ଭିଟାମିନ୍ ଏ, ଭିଟାମିନ୍ ବି୬, ଭିଟାମିନ୍ ସି ସମେତ ଅନେକ ପୋଷକତତ୍ତ୍ୱ ପ୍ରଚୁର ପରିମାଣରେ ମିଳିଥାଏ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାଠାରୁ ଆରମ୍ଭ କରି ରକ୍ତ ପ୍ରବାହ ଏବଂ ରକ୍ତଚାପକୁ ଉନ୍ନତ କରିବା ପର୍ଯ୍ୟନ୍ତ ଏହା ଆମକୁ ସୁସ୍ଥ ଜୀବନଶୈଳୀରେ ସାହାଯ୍ୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବିଟ୍ । ଏହି ବିଟ୍ ରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ, ଯାହା ଶରୀରକୁ ଫ୍ରି ରାଡିକାଲ୍‌ସ୍‌ରୁ ରକ୍ଷା କରେ।

ତେବେ ଅନେକ ଲୋକଙ୍କ ମନରେ ଏକ ପ୍ରଶ୍ନ ଥାଏ ଯେ ବିଟ୍‌ କୁ କଞ୍ଚା ଖାଇବା ଉଚିତ ନା ରାନ୍ଧିକି ଖାଇବା ଉଚିତ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, କଞ୍ଚା ବିଟରୁଟରେ ସମସ୍ତ ପୋଷକ ତତ୍ତ୍ୱ ରହିଥାଏ, କିନ୍ତୁ କିଛି ପୋଷକ ତତ୍ତ୍ୱ ଏହାକୁ ରାନ୍ଧିବା ଦ୍ୱାରା ନଷ୍ଟ ହୋଇପାରେ।

କଞ୍ଚା ବିଟ୍ କୁ ସାଲାଡ୍, ଜୁସ୍ ଭାବରେ ଖାଇବା ବହୁତ ଲାଭଦାୟକ। ଏହା ଶରୀରକୁ ବିଷମୁକ୍ତ କରିବାରେ, ଚର୍ମକୁ ଉନ୍ନତ କରିବାରେ ଏବଂ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଏହା ଆଇରନ ଏକ ଭଲ ଉତ୍ସ, ଯାହା ରକ୍ତହୀନତା ସହିତ ଲଢ଼ିବାରେ ସାହାଯ୍ୟ କରେ।

ବିଟ୍‌ କୁ ସିଝାଇଲେ, ଏହାର କିଛି ପୋଷକତତ୍ତ୍ବ ମୂଲ୍ୟ ନଷ୍ଟ ହୋଇଯାଏ। ଏଥିରେ ଥିବା ଫୋଲେଟ୍ ଏବଂ ଭିଟାମିନ୍‌ ସି ଭଳି ଅନେକ ପୋଷକତତ୍ତ୍ବର ପରିମାଣ ହ୍ରାସ ପାଏ। କିନ୍ତୁ ଦେଖିବାକୁ ଗଲେ ସିଝା ବିଟ୍‌ ପେଟ ପାଇଁ ଭଲ ଏବଂ ସହଜରେ ହଜମ ହୁଏ। ଯେଉଁମାନଙ୍କର ଗ୍ୟାସ୍, ବଦହଜମୀ କିମ୍ବା ସମ୍ବେଦନଶୀଳ ପାଚନ ତନ୍ତ୍ରର ସମସ୍ୟା ଅଛି, ସେମାନଙ୍କ ପାଇଁ ସିଝା ବିଟରୁଟ୍ ଏକ ଭଲ ବିକଳ୍ପ। ଏହା ବ୍ୟତୀତ, ବିଟରୁଟ୍ ରାନ୍ଧିବା ଦ୍ୱାରା ଏହାର ସ୍ୱାଦ ମଧ୍ୟ ମିଠା ହୋଇଯାଏ, ଯାହା ଦ୍ୱାରା ପିଲା ଏବଂ ବୟସ୍କ ଲୋକମାନେ ଏହାକୁ ସହଜରେ ଖାଇପାରନ୍ତି।

ତେବେ ଆପଣଙ୍କର ପାଚନ କ୍ଷମତା ଭଲ ଥାଏ ଏବଂ ଆପଣ କଞ୍ଚା ପନିପରିବା ହଜମ କରିପାରନ୍ତି, ତେବେ କଞ୍ଚା ବିଟ୍ ଅଧିକ ଲାଭଦାୟକ ହେବ। ଯଦି ଆପଣଙ୍କର ହଜମ ସମ୍ବନ୍ଧୀୟ ସମସ୍ୟା ଅଛି, ପେଟରେ ଗ୍ୟାସ୍ ସମସ୍ୟା ହେଉଛି , ତେବେ ସିଝା ବିଟରୁଟ୍ ଖାଇବା ଅଧିକ ସୁରକ୍ଷିତ ଏବଂ ଲାଭଦାୟକ ହେବ। ଗର୍ଭବତୀ ମହିଳା, ପିଲା ଏବଂ ବୟସ୍କ ଲୋକଙ୍କ ପାଇଁ ସିଝା ବିଟରୁଟ୍ ଭଲ ବୋଲି ବିବେଚନା କରାଯାଏ।

Comments are closed.