Latest Odisha News

କୋଭିଡ୍ ନିୟମ ଉଲ୍ଲଂଘନ କରିବାରୁ ସିନେମା ହଲ୍ ସିଲ୍

ରାୟଗଡ଼ା: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ କୋଭିଡ୍ ନିୟମ ପାଳନ ପାଇଁ ବାରମ୍ବାର ପ୍ରଶାସନ ଅନୁରୋଧ କରୁଛି । ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟତଃ ବଜାର, ସପିଂ ମଲରେ ଏହାର ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି ।

କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ରାୟଗଡ଼ା ସହରରେ ଥିବା ଅଶୋକା ସିନେମା ହଲକୁ ଜିଲ୍ଲା ପ୍ରଶାସନ ସିଲ୍ କରି ଦେଇଛି । ରାୟଗଡ଼ା ଜିଲ୍ଲାପାଳ ଓ ଏସପି ଚଢାଉ କରି ସିଲ୍ କରିଛନ୍ତି । ରେଡ୍ ବେଳେ ସାମାଜିକ ଦୂରତା ଓ ଅନେକ ମାସ୍କ ପିନ୍ଧୁନଥିବା ଦେଖା ଯାଇଥିଲା । ଉଦୟ ପ୍ଲାଜା ସିନେମା ହଲକୁ ଚେତାବନୀ ଦେଇ ଦେଇଛି ପ୍ରଶାସନ ।

ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୫ ଜଣ ସଂକ୍ରମିତ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୫୮୯କୁ ବୃଦ୍ଧି ପାଇଛି । ୮ ହଜାର ୪୬୧ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଏବେ ଜିଲ୍ଲାରେ ୮୩ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।

Comments are closed.