Latest Odisha News

BREAKING NEWS

ଝୁଲା ପୋଲକୁ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ କଲା ପ୍ରଶାସନ, ସ୍ଥାନୀୟ ଲୋକଙ୍କ ବିରୋଧ

ରାୟଗଡ଼ା: ଜୀବନ ଝୁଲୁଥିଲା ଏବେ ତାଲା ଝୁଲିଲା । ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲକୁ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ କରିଛି ଜିଲ୍ଲା ପ୍ରଶାସନ । ବିଗତ ୨ ବର୍ଷ ମଧ୍ୟରେ ଏହି ଝୁଲାପୋଲ ଓ ନାଗାବଳୀ ନଦୀରେ ୨୦ରୁ ଅଧିକ ପର୍ଯ୍ୟଟକଙ୍କ ଜୀବନ ଯିବା ପରେ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ । ପର୍ଯ୍ୟଟକ ଓ ସର୍ବସାଧାରଣଙ୍କ ଲାଗି ଝୁଲାପୋଲକୁ ନିଷିଦ୍ଧ କରାଯାଇଛି ।

BjdElectrycity

ମାଆ ମଝିଘରିଆଣିଙ୍କ ଦର୍ଶନ ପାଇଁ ଆସୁଥିବା ପ୍ରତିଟି ଶ୍ରଦ୍ଧାଳୁ ଝୁଲାପୋଲକୁ ବୁଲିବାକୁ ଆସିଥାନ୍ତି । ଆଉ ଅନେକ ସମୟରେ ଅସାବଧନତା ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଥାନ୍ତି । ୨୦୧୨ ମସିହାରେ ଏହି ଝୁଲାପୋଲ ନିର୍ମାଣ ହୋଇଥିଲା । ଝୁଲାପୋଲ ନିର୍ମାଣ ପରେ ଠାରୁ ଏଠି ୨୭ରୁ ଅଧିକ ପର୍ଯ୍ୟଟଙ୍କ ମୃତ୍ୟୁ ହୋଇଛି । ଝୁଲାପୋଲକୁ ପ୍ରଶାସନ ସମସ୍ତଙ୍କ ବନ୍ଦ କରି ଦେବା ପରେ ସ୍ଥାନୀୟ ଲୋକ ଏହାର ବିରୋଧ କରିଛନ୍ତି ।

କାରଣ ଏହି ଝୁଲାପୋଲ ହେଉଛି ବାଇସିଂ ପଞ୍ଚାୟତ ମାରିଗୁଡ଼ା ଗାଁକୁ ଯୋଗାଯୋଗର ମାଧ୍ୟମ । ଝୁଲାପୋଲକୁ ବନ୍ଦ କରି ଦିଆଗଲେ ସେମାନେ କିଭଳି ଯାତାୟତ କରିବେ ବୋଲି ପ୍ରଶ୍ନ କରିଛନ୍ତି ମାରିଗୁଡ଼ା ଓ ଦୁମାଗଡ଼ା ଗ୍ରାମବାସୀ । ଗୋଟିଏ ପଟେ ଗ୍ରାମବାସୀ ଅନ୍ୟପଟେ ଝୁଲାପୋଲକୁ ବୁଲିବାକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କ ଜୀବନ ।

Leave A Reply

Your email address will not be published.