Latest Odisha News

BREAKING NEWS

Naxal Free Area: ମାଓମୁକ୍ତ ହେଲା ରାୟଗଡ଼ା ଜିଲ୍ଲା

ରାୟଗଡ଼ା: ଆଜିଠୁ ନକ୍ସଲମୁକ୍ତ ହେଲା ରାୟଗଡ଼ା ଜିଲ୍ଲା। ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଂଜୀବ କୁମାର ପଣ୍ଡା। କୁଖ୍ୟାତ ମାଓ ଦମ୍ପତ୍ତି ନିଖିଳ ଓ ଇନ୍ଦୁଙ୍କ ସହ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଏଡିଜି। ବାସଧାରା ଘୁମୁସର ନାଗାବଳି ଡିଭିଜନ ର ଦୁଇ କୁଖ୍ୟାତ ମାଓବାଦୀ ନିଖିଲ ଓ ଇନ୍ଦୁଙ୍କ ସହ ୧୩ ମାଓବାଦୀ ହେଲେ ବିକାଶ, ସୁନ୍ଦର, ପ୍ରଦୀପ, ରୋସନି, ଅରୁଣା, ନନ୍ଦେ, ନିକିତା, କୁମାରୀ, ଦୀପକ, ରାକେଶ, ଲଲିତ୍, ରାଜେ ଏବଂ ମାଳତି ଆତ୍ମସମର୍ପଣ କରିଛନ୍ତି ।

ମାଓ ଦମ୍ପତି ନିଖିଲ ଓ ଇନ୍ଦୁଙ୍କ ମୁଣ୍ଡରେ ଏକ କୋଟି ଦଶ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ନିୟମଗିରି ପାଦଦେଶରେ ରହି ବାଘୁନା ଡିଭିଜନକୁ ପରିଚାଳନା କରୁଥିଲେ। ତେବେ ଆଗକୁ ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ ବୋଲି କହିଛନ୍ତି। ମାଓବାଦୀ ମାନେ ହିଂସାକାଣ୍ଡ ରେ ବ୍ୟବହାର କରୁଥିବି ୨ଟି ଏକେ-୪୭, ୫ଟି ଏସଏଲଆର୍, ଗୋଟିଏ ଷ୍ଟେନ୍‌ଗନ୍, ଇନ୍‌ସାସ୍- ୧, ରାଇଫଲ-୧ ସହ ଅଫୁଟା ଗୁଳି ପୁଲିସକୁ ହସ୍ତାନ୍ତର କରିଛନ୍ତି ।

ତେବେ ବଡ କଥା ହେଉଛି କେନ୍ଦ୍ର ସରକାରଙ୍କ କଥାକୁ ଗୁରୁତ୍ୱର ସହ ନେଇ ଦେଶ ତଥା ରାଜ୍ୟରୁ ମାଓ ମୁକ୍ତ କରାଯାଉଛି। ନକ୍ସଲ ମୁକ୍ତ ପାଇଁ କେନ୍ଦ୍ର ସରକାର ଟାର୍ଗେଟ୍ ରଖିଥିଲେ, ଧିରେ ଧିରେ ତାହା ପୁରୁଣ ହେଉଛି। ଭାରତ ଏବେ ନକ୍ସଲ ମୁକ୍ତ ଦିଗରେ ଗତି କରୁଛି। କିଛି ଦିନ ପୂର୍ବେ କୋରାପୁଟ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଥିଲା। ପ୍ରେସମିଟରେ ସୂଚନା ଦେଇଥିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡକ୍ଟର କନୱର ବିଶାଳ ସିଂହ।

Comments are closed.