ରାୟଗଡା: ରାୟଗଡା ଡିଏଫ୍ଓ କଲୋନୀରେ ଅଘଟଣ । ଦଶାହ ଭୋଜି ବେଳେ ଗ୍ୟାସ୍ ସିଲିଣ୍ଡର ପାଇପ୍ ଫାଟି ୩ ଜଣ ମହିଳା ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଡିଏଫ୍ଓ କଲୋନୀର ଲେନ୍-୧ରେ ଏକ ଦଶାହ ଭୋଜି ପାଇଁ ରୋଷେଇ ଚାଲିଥିଲା । ଭୋଜିରେ ୩ ଜଣ ମହିଳା ଶ୍ରମିକ ପରିବା କଟୁଥିଲେ । ତେବେ ହଠାତ୍ ସିଲିଣ୍ଡର ପାଇପ୍ ଫାଟି ଗ୍ୟାସ୍ ଲିକ୍ ହୋଇଥିଲା । ଫଳରେ ସେଠାରେ ବସିଥିବା ୩ ଜଣ ମହିଳା ଶ୍ରମିକ ଜଳି ଯାଇଥିଲେ । ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ସେଠାରେ ଉପସ୍ଥିତ ଥିବା ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତିି କରିଥିଲେ । ଚିକିତ୍ସା ପରେ ୩ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି ।
BREAKING NEWS
- Border 2 Tribute To Dharmendra:ବଢୁଛି ‘ବର୍ଡର ୨’ କ୍ରେଜ୍, ପ୍ରବୀଣ ଅଭିନେତା ଧର୍ମେନ୍ଦ୍ରଙ୍କୁ ଏମିତି ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପୁଅ ସନ୍ନି, ଫ୍ୟନ୍ସ ବି କହିଲେ…
- ଗଣତନ୍ତ୍ର ଦିବସ ପୂର୍ବରୁ ପୋଲିସକୁ ବଡ଼ ସଫଳତା: ପଞ୍ଜାବରୁ ୪ ଆତଙ୍କବାଦୀ ଗିରଫ
- ‘ବନ୍ଦେ ମାତରମ୍’ ଏହି ସମ୍ମାନ ଦେବା ପାଇଁ ମୋଦି ସରକାରଙ୍କ ଯୋଜନା
- ଗୋଟିଏ ଡିଲ୍, ୫ ଫାଇଦା: ଚୀନ୍ ଓ ଆମେରିକାକୁ ଲାଗିବ ଝଟକା
- Bangladesh former PM Sheikh Hasina: “ଆତଙ୍କବାଦୀଙ୍କ ଗଡ଼ ପାଲଟିଛି ବାଂଲାଦେଶ”
- ଶ୍ରୀମନ୍ଦିର ବାହାର କାଠ ନିକଟରେ ପୋଲିସ ମାଡ଼ରେ ନାବାଳକ ଗୁରୁତର
- Ama Bus Accident: ସ୍କୁଟିକୁ ଧକ୍କା ଦେଲା ଆମ ବସ୍, ଚାଳକ ଗୁରୁତର
- Men’s Hero Hockey India League2026: ଫାଇନଲରେ ଘରୋଇ ଦଳ କଳିଙ୍ଗ ଲାନସର୍ସ; ଆସନ୍ତାକାଲି କ୍ବାଲିଫାୟର-୨ ଲଢେଇ
- Puri Murder: ପୁରୀରେ ଜଘନ୍ୟ ହତ୍ୟାକାଣ୍ଡ, କାରଣ ଅସ୍ପଷ୍ଟ
- PM-KISAN: କୃଷକଙ୍କ ପାଇଁ ଖୁସି ଖବର, ଏଥର ଖାତାକୁ ଆସିବ ଅଧିକ ଟଙ୍କା!
Comments are closed.