Latest Odisha News

BREAKING NEWS

ଦିଲ୍ଲୀରେ କେଜ୍ରିୱାଲଙ୍କ କ୍ରେଜ୍‌; ‘ରିଙ୍କିଆ କେ ପାପା’ ଗୀତରେ ଝୁମିଲେ ଆପ୍ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀରେ କେଜ୍ରିୱାଲ ସରକାର । ଦିଲ୍ଲୀର ଆମ ଆଦମୀ ପାର୍ଟି ଅଫିସ ଉତ୍ସବ ମୁଖର । ନିର୍ବାଚନର ସଂପୂର୍ଣ୍ଣ ଫଳାଫଳ ଆସିବା ପୂର୍ବରୁ ପୁଣି ଥରେ ଆପ୍ ସରକାର ଆସିବା ନେଇ ପାଖାପାଖି ସ୍ପଷ୍ଟ ହୋଇସାରିଥିଲା । ଏହା ମଧ୍ୟରେ ଆପ୍ ର କାର୍ଯ୍ୟକର୍ତ୍ତା ବିଜୟ ଉତ୍ସବ ପାଳୁଥିବାର ଦେଖାଗଲେ ।

ଆପ୍ କାର୍ଯ୍ୟକର୍ତ୍ତା ପ୍ରଥମ ପର୍ଯ୍ୟାୟ ଭୋଟ୍ ଗଣତି ସମୟରୁ ହିଁ ବିଜୟ ଉତ୍ସବ ପାଳିବା ଆରମ୍ଭ କରିଦେଇଥିଲେ । ରୋଚକ ଖବର ଏହା ଯେ, ଆମ ଆଦମୀ ପାର୍ଟି କାର୍ଯ୍ୟକର୍ତ୍ତା ବିଜେପି ନେତା ମନୋଜ ତିୱାରୀ ଗାଇଥିବା ‘ରିଙ୍କିଆ କେ ପାପା’ ଗୀତରେ ଡାନ୍ସ କରୁଥିବା ନଜର ଆସିଥିଲେ । ଏହାର ଏକ ଭିଡିଓ ସୋଶିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.