Latest Odisha News

BREAKING NEWS

ରାୟଗଡ଼ା ଭିଡ଼ ହିଂସା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ତୁରନ୍ତ ଆକ୍ସନ ସହ ୬୦ ଦିନରେ ଚାର୍ଜସିଟ୍ ଦାଖଲ କରାଯାଉ: ମହିଳା କମିଶନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଧୀନ ସାଇନଗରରେ ୨ ସ୍ୱେଚ୍ଛାସେବୀଙ୍କୁ ଆକ୍ରମଣ ଓ ଭିଡ଼ ହିଂସା ଘଟଣାକୁ ଦୁର୍ଭାଗ୍ୟଜନକ କହିଲେ ମହିଳା କମିଶନ । ତୁରନ୍ତ ଆକ୍ସନ ସହ ୬୦ ଦିନରେ ଚାର୍ଜସିଟ ପାଇଁ ଏସପିଙ୍କୁ ଦେଲେ ନିର୍ଦ୍ଦେଶ କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ।

ଏହି ଘଟଣାରେ ମାଡ ମରାଯାଇଥିବା ଅଣଓଡ଼ିଆ ଯୁବତୀଙ୍କ ବୟାନ ରେକର୍ଡ କଲେ ରାଜ୍ୟ ମହିଳା କମିଶନ । ଫୋନ୍‌ ଓ ଭିଡ଼ିଓ କଲ୍‌ ମାଧ୍ୟମରେ ବୟାନ ରେକର୍ଡ କରାଯାଇଛି । ସମ୍ବେଦନଶୀଳ ଘଟଣାର ତଦନ୍ତ ସହ ୬୦ ଦିନ ଭିତରେ ମାମଲାର ଚାର୍ଜସିଟ ଦାଖଲ କରିବାକୁ ରାୟଗଡ଼ା ଏସପିଙ୍କୁ କୁହାଯାଇଛି ।

ମାଡ଼ ମାରି ଭିଡ଼ିଓ ଭାଇରଲ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଯଥା ସମ୍ଭବ କଡା ରୁ ଅତି କଡା ଆକ୍ସନ ନେବାକୁ କମିଶନ କହିଛନ୍ତି । ଦୋଷୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯାହା ଦେଖିଲେ ହିଂସାକାରୀମାନେ ହିଂସା କରିବା ପୂର୍ବରୁ ନିଶ୍ଚୟ ଭାବିବେ ବୋଲି ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି କହିଛନ୍ତି ।

Leave A Reply

Your email address will not be published.