Latest Odisha News

BREAKING NEWS

ରହସ୍ୟମୟ ଗୋଲୁମନ୍ଦିର, ଯେଉଁଠି ଦେବତା ଗ୍ରହଣ କରନ୍ତି ଦରଖାସ୍ତ !

ଭୁବନେଶ୍ୱର: ଭାରତ ଏକ ରହସ୍ୟମୟ ଦେଶ ବୋଲି ଏହା କାହାକୁ ଅଛପା ନୁହେଁ । ଏଠାରେ ପୁରାତନ ସଂସ୍କୃତି ତଥା ପ୍ରାଚୀନ ପରମ୍ପରାକୁ ଗୁରୁତ୍ୱବହନ କରି ଅନେକ କଥାବସ୍ତୁ ତଥା କିମ୍ବଦନ୍ତୀ ରହିଛି । ବିଭିନ୍ନତା ମଧ୍ୟରେ ଏକତା ବହନ କରୁଥିବା ଏହି ପ୍ରାଚୀନ ପରମ୍ପରାର ଦେଶ ଭାରତରେ ଅନେକ ପ୍ରମୁଖ ତୀର୍ଥସ୍ଥଳୀ ରହିଥିଲେ ମଧ୍ୟ କେତେକ ରହସ୍ୟଜନକ ସ୍ଥାନ ସମଗ୍ର ମାନବ ସଭ୍ୟତାକୁ ଆଶ୍ଚର୍ଯ୍ୟଚକିତ କରିଥାଏ । ସେହିପରି ଏକ ରହସ୍ୟମୟ ସ୍ଥାନ ହେଉଛି ଉତ୍ତରାଖଣ୍ଡର ଆଲମୋରା । ଆଲମୋରାର ରହସ୍ୟମୟ ମନ୍ଦିରରେ ଭକ୍ତମାନଙ୍କ ହଜାର ହଜାର ଦରଖାସ୍ତକୁ ଗ୍ରହଣ କରିଥାଆନ୍ତି ଏହି ଗୋଲୁଦେବତା । ସବୁଠୁ ଆଶ୍ଚର୍ଯ୍ୟଜନକ କଥାହେଲା କେବଳ ଗୋଲୁଦେବତା ଦରଖାସ୍ତ ଗ୍ରହଣ କରିନଥାନ୍ତି, ସେ ମଧ୍ୟ ଦରଖାସ୍ତ ଅନୁଯାୟୀ ସମସ୍ତ ଶ୍ରଦ୍ଧାଳୁମାନଙ୍କ ମନୋସ୍କାମନା ନିଶ୍ଚିତ ରୂପେ ପୂର୍ଣ୍ଣ କରିଥାଆନ୍ତି ।

ଆଲମୋରାର ଗୋଲୁମନ୍ଦିରରେ ଆପଣ ଦେଖିବାକୁ ପାଇବେ ସେଠାରେ ହଜାର ହଜାର ଛୋଟ ବଡ଼ ଘଣ୍ଟି ବନ୍ଧା ଯାଇଥିବାର । ଗୋଲୁମନ୍ଦିର ପରିସରରେ ଥିବା ବିଭିନ୍ନ ବୃକ୍ଷରେ ଆପଣ ଦେଖିବାକୁ ପାଇବେ ଅସଂଖ୍ୟ ଘଣ୍ଟି ବନ୍ଧା ଯାଇଥିବାର । ଭାରତର ପ୍ରାୟ ପ୍ରମୁଖ ମନ୍ଦିର ମଧ୍ୟରେ କପଡ଼ା, ଗୋଡ଼ି, ସୂତା ବା ପଥର ବନ୍ଧାଯାଇଥିବାର ଦେଖାଯାଇଥାଏ, କିନ୍ତୁ ଏଠାରେ ଆପଣ ହଜାର ହଜାର ସଂଖ୍ୟାରେ ଘଣ୍ଟି ବନ୍ଧା ଯାଇଥିବାର ଦେଖିବାକୁ ପାଇବେ ।

ଆଲମୋରା ମନ୍ଦିରରେ କେବଳ ଗୋଟିଏ ପ୍ରକାରର ଘଣ୍ଟି ନୁହେଁ ବରଂ ବିଭିନ୍ନ ମେଟାଲ୍ ସହିତ ବିଭିନ୍ନ ଆକାରର ଘଣ୍ଟି ଦେଖିବାକୁ ମିଳିଥାଏ । ଏହି ଘଣ୍ଟି ଗୁଡ଼ିକୁ ଭକ୍ତମାନଙ୍କର ମନୋସ୍କାମନା ପୂର୍ଣ୍ଣ ହେବାପରେ ସେମାନେ ଏହିଠାରେ ଥିବା ଗଛରେ ବାନ୍ଧି ଦେଇଥାଆନ୍ତି ।

କଥାରେ ଅଛି ‘ବିଶ୍ୱାସେ ମିଳଇ ହରି’, ତେଣୁ ଯେହେତୁ ଏଠାକାର ଦେବତା ଗୋଲୁମହାରାଜ ଶ୍ରଦ୍ଧାଳୁମାନଙ୍କର ସମସ୍ତ ଇଛାକୁ ବା ମନୋସ୍କାମନାକୁ ନିଶ୍ଚିତ ରୂପେ ପୂର୍ଣ୍ଣ କରିଥାଆନ୍ତି, ତେଣୁ ଏଠାରେ କେବଳ ଭାରତର ବିଭିନ୍ନ ରାଜ୍ୟରୁ ଭକ୍ତମାନେ ଛୁଟିଆସନ୍ତି ତାହା ନୁହେଁ ବରଂ ବିଶ୍ୱର ଅନେକ ଦେଶରୁ ଆଲମୋରକୁ ବାବାଙ୍କ ଦର୍ଶନ ନିମନ୍ତେ ଆସିବାର ଦେଖାଯାଇଥାଏ ।

ଏକ ଅବିଶ୍ୱନୀୟ ଲୋକ ବିଶ୍ୱାସ ଦେଖିବାକୁ ମିଳେ ଭାରତର ଉତ୍ତରଦିଗରେ ଥିବା ଉତ୍ତରାଖଣ୍ଡ ରାଜ୍ୟରେ।ସାଧାରଣରେ ଉତ୍ତରାଖଣ୍ଡକୁ ଦେବଭୂମୀ ବୋଲି ଅନେକ କହିଥାନ୍ତି ।ଅାଉ ଉତ୍ତରାଖଣ୍ଡରେ ମଧ୍ୟ ଅନେକ ମନ୍ଦିର ରହିଛି ।ସେମିତି ଏକ ପ୍ରସିଦ୍ଧ ମନ୍ଦିର ହେଉଛି ଉତ୍ତରାଖଣ୍ଡର ଅାଲମୋରା ସହର ନିକଟରେ ଥିବା ଗୋଲୁଦେବତା ମନ୍ଦିର ।ଏ ମନ୍ଦିରକୁ ନେଇ ଏକ ଅଜବ ବିଶ୍ୱାସ ରହିଛି ।ଏହି ମନ୍ଦିରକୁ ଗଲେ ଅାପଣ ଦେଖିବେ ମନ୍ଦିର ବାହାରେ ଅନେକ ଘଣ୍ଟି ଓ କାଗଜ ଟଙ୍ଗା ଯାଇଥାଏ ।ଅାଉ ଅାପଣ ଯେତେବେଳେ କାରଣ ଯାଣିବେ ସେତେବେଳେ ଅାପଣ ବି ଅାଶ୍ଚର୍ଯ୍ୟ ହେବେ ।ଲୋକବିଶ୍ୱାସ ରହିଛି ନିଜ ମନୋସ୍କାମନାକୁ ଯଦି ଅାପଣ ଏକ ଅାପ୍ଲିକେସ ବା ଦରଖାସ୍ତ ଲେଖି ଏହି ମନ୍ଦିରରେ ରଖିଯିବେ ତେବେ ଗୋଲୁଦେବତା  ପଣଙ୍କ ମନୋସ୍କାମନା ପୂଣ୍ର୍ଣ କରିବେ ।ଅାଉ ଯେତେ ବେଳେ ଅାପଣଙ୍କ ମନୋସ୍କାମନା ପୂଣ୍ର୍ଣ ହୋଇଯିବ ସେତେବେଳେ ଅାପଣ ଗୋଲୁଦେବତାଙ୍କ ମନ୍ଦିରରେ ଏକ ଘଣ୍ଟି ବାନ୍ଧିଦେବେ ।ଭାବନ୍ତୁ କେତେ ରହସ୍ୟମୟ ଏ ଲୋକବିଶ୍ୱାସ ।ସାଧାରଣ ରେ ମନରେ ପ୍ରଶ୍ନ ଅାସେ ସତରେ କଣ ଗୋଲୁଦେବତା ମଣିଷ ମାନଙ୍କର ଅାପ୍ଲିକେସନ ପଢି ପାରନ୍ତି ।ଦେବତା କଣ ମଣିଷ ହାତରେ ଲେଖା ଯାଇଥିବା ଅକ୍ଷରକୁ ଚିହ୍ନି ପାରନ୍ତି ।ଅାଉ ଦରଖାସ୍ତକୁ ପଢି ଗୋଲୁଦେବତା ମଣିଷ ମାନଙ୍କର ମନୋସ୍କାମନା ପୂଣ୍ର୍ଣ କରିଥାନ୍ତି ।

ଏହି ରହସ୍ୟମୟ ଆଲମୋରାର ଗୋଲୁଦେବତାଙ୍କ ପ୍ରସିଦ୍ଧି ଏଥିଯୋଗୁଁ ବୃଦ୍ଧି ପାଇବାରେ ଲାଗିଛି କାରଣ ଏଠାକୁ ଆସୁଥିବା ସମସ୍ତ ଭକ୍ତମାନଙ୍କ ସବୁପ୍ରକାର ମନୋସ୍କାମନା ପୂର୍ଣ୍ଣ କରିପାରୁଛନ୍ତି । ଏ ସମସ୍ତ ପ୍ରଶ୍ନ ଅାମ ଭଳି ଅାଧୁନିକ ମଣିଷ ମାନଙ୍କ ପାଇଁ ଅନ୍ଧବିଶ୍ୱାସ ନିହାତି କିନ୍ତୁ ଏ ମନ୍ଦିରରେ ଓହଳାଯାଇଥିବା ଏତେ ସଂଖ୍ୟକ ଘଣ୍ଟି ମାଳାକୁ ଦେଖିଲେ ନିହାତି ଏହା ପଛରେ ଲୁଚି ରହିଥିବା ରହସ୍ୟ ସାମ୍ନାକୁ ଅାସୁଛି ।କାରଣ
ଯଦି ଲୋକ ମାନଙ୍କର ମନୋସ୍କାମନା ପୂଣ୍ର୍ଣ ହେଉ ନାହିଁ ତେବେ ଏତେ ଘଣ୍ଟି ଏଠାରେ ବନ୍ଧା ହେଲା କେମିତି ।ଏଭଳି ଲୋକ ବିଶ୍ୱାସ କେଉଁ ଯୁଗରୁ ଚାଲି ଅାସିଛି ।ଅାଉ ପ୍ରତିଦିନ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁ ଏ ମନ୍ଦିରକୁ ଅାସିଥାନ୍ତି ଅାଉ ନିଜ ମନୋସ୍କାମନା ପୂଣ୍ର୍ଣ ପାଇଁ ଅାପ୍ଲିକେସନ ବା ଦରଖାସ୍ତ ଗୋଲୁଦେବତାଙ୍କ ନିକଟରେ ସର୍ମପଣ କରିଥାନ୍ତି ।ତେବେ ଏହା ସମ୍ଭବ କେମିତି ।ଏ ପ୍ରଶ୍ନ ଭିତରେ ଅନେକ ଦିନରୁ ମଣିଷର ବିଜ୍ଞାନୀ ମନ
ଛନ୍ଦି ହେଉଛି ହେଲେ ଲୋକ ବିଶ୍ୱାସରେ ଗୋଲୁଦେବତାଙ୍କ ଏ ବିଶେଷତ୍ୱ ଏବେବି ରହିଛି ।ଅାଉ କେବଳ ଅାଲମୋରା ଭିତରେ ସୀମିତ ନ ରହି ଗୋଲୁ ଦେବତା ଙ୍କ ଅନେକ ମନ୍ଦିର ଉତ୍ତରାଖଣ୍ଡର ଅନେକ ସ୍ଥାନରେଦେଖିବାକୁ ମିଳିଥାଏ । 

ଉତ୍ତରାଖଣ୍ଡର ଏହି ରହସ୍ୟମୟ ଗୋଲୁଦେବତା ମନ୍ଦିର ।ଏହାର ଏହି ଲୋକବିଶ୍ୱାସକୁ ନେଇ ରହିଛି ଅନେକ ମତ ।ତେବେ ଅାଲମୋରା ଠାରେ ଥିବା ଗୋଲୁଦେବତା ମନ୍ଦିରରେ ପୂଜା ପାଉଥିବା ଦେବତା ଭଗବାନ ଶିବ ବୋଲି ବିଶ୍ୱାସ କରାଯାଏ ।ଅାଉ ଗୋଲୁ ଦେବତା ହେଉଛନ୍ତି ଦେବଦେବ ମହାଦେବଙ୍କର ଏକ ଅବତାର ।ହିମାଳୟ ପର୍ବତାବଳୀର କୁମାୟୁଁ ଅଞ୍ଚଳର ପ୍ରତିଷ୍ଠିତ ଦେବତା ହେଉଛନ୍ତି ଗୋଲୁ ଦେବତା ।ଅାଲମୋରା ସହର ଠାରୁ ପ୍ରାୟ ୧୦ କିଲୋମିଟର ଯିବା ପରେ ପଡ଼େ ଏହି ମନ୍ଦିର ।ଅନେକ ଗୋଲୁଦେବତାଙ୍କୁ ଭଗବାନ ଶିବଙ୍କର ଗୌର ଭୈରବ ଅବତାର ଭାବେ ଗ୍ରହଣ କରିଥାନ୍ତି ।ଲୋକ ବିଶ୍ୱାସ ଅନୁସାରେ ଗୋଲୁଦେବତାଙ୍କର ମାନବୀୟ ରୂପ ରହିଥିଲା ।

ଏବଂ ଅନ୍ୟ ଏକ ବିଶ୍ୱାସ ଅନୁସାରେ ଗୋଲୁଦେବତା ଚାନ୍ଦବଂଶୀୟ ରାଜା ମାନଙ୍କର ସେନାପତି ଥିଲେ ।ଅାଉ କେହି ବିଶ୍ୱାସ କରନ୍ତି ଗୋଲୁଦେବତାଙ୍କୁ ତତ୍କାଳୀନ ବିନସାରର ରାଜା ହତ୍ୟା କରିଥିଲେ ।ଏବଂ ହତ୍ୟା ପଛରେ ରହିଥିଲା ମିଛ ସନେ୍ଦହ ।ତେବେ ଗୋଲୁଦେବତାଙ୍କୁ ନେଇ ରହିଥିବା ଅନେକ କିମ୍ବଦନ୍ତି ଓ ଲୋକବିଶ୍ୱାସ ହିଁ ସବୁରହସ୍ୟରମୂଳ ।ତାଙ୍କର ଉତ୍ପତ୍ତି ଯେପରି ହେଲେ ମଧ୍ୟ କାହିଁ କେଉଁ କାଳରୁ ଗୋଲୁଦେବତା ନ୍ୟାୟିକ ଦେବତା ଭାବେ ପୂଜା ପାଇ ଅାସୁଛନ୍ତି ।ଗୋଲୁ ଦେବତାଙ୍କୁ ଚାମୋଲି ଗ୍ରାମର ଅନେକ ଘରେ କୂଳ ଦେବତା ଭାବେ ମଧ୍ୟ ପୂଜା କରାଯାଏଐ ।ଗୋଲୁଦେବତାଙ୍କୁ କେବଳ ଧଳା ରଂଗର ବସ୍ତ୍ର ପିନ୍ଧାଯାଇଥାଏ ।ଧଳା ବସ୍ତ୍ର,ଧଳା ପଗଡ଼ି ଓ
ଧଳା ରଂଗର ସାଲ୍‌ରେ ତାଙ୍କୁ ଅାଭୁଷିତ କରାଯାଏ ।ତେବେ ଏହି ଦେବତାଙ୍କୁ ନେଇ ରହଥିବା ବିଶ୍ୱାସ ହିଁସବୁଠାରୁ ରହସ୍ୟମୟ ।

ଏ ମନ୍ଦିରରେ ହଜାରହଜାର ସଂଖ୍ୟାରେ ଝୁଲା ଯାଇଥିବା ଘଣ୍ଟି ମାଳାକୁ ଦେଖିଲେଏହାହିଁ ମନକୁ ଅାସିବ ।ଲୋକ ମାନଙ୍କର ଅଗାଧ ବିଶ୍ୱାସ ରହିଛି ଗୋଲୁ ଦେବତା ଙ୍କ ଉପରେ ।ହିମାଳୟର କୁମାୟୁଁ ଅଞ୍ଚଳରେ ଗୋଲୁଦେବତାଙ୍କୁ ଅନେକ ଭକ୍ତିର ସହ ଅାରାଧନା କରାଯାଏ ।ସେଥିପାଇଁ ଉତ୍ତରାଖଣ୍ଡ
ରାଜ୍ୟରେ ଅନେକ ସ୍ଥାନରେ ଗୋଲୁଦେବତା ମନ୍ଦିର ଦେଖିବାକୁ ମିଳେ ।ତେବେ ସେଥିମଧ୍ୟରୁ ଅାଲମୋରାରଚିତାଇ,ଚମ୍ପାବଟ ଓ ଗୋରାଖାଲ ଠାରେ ଥିବା ଗୋଲୁଦେବତା ମନ୍ଦିରକୁ ପ୍ରମୁଖ ଭାବେ ଗ୍ରହଣ କରାଯାଏ ।ତେବେ ଲୋକ ମାନଙ୍କର ବିଶ୍ୱାସରେ ଏବେବି ଗୋଲୁଦେବତା ସେମାନଙ୍କ ଦରଖାସ୍ତକୁ ଦେଖି ସେମାନଙ୍କ ମନୋସ୍କାମନା ପୂଣ୍ର୍ଣ କରିଥାନ୍ତି ।ଅାମେ ବିଜ୍ଞାନୀ ମଣିଷ ଏହାର ଅନେକ ଖିଅ ଖୋଜିବାକୁ ଚେଷ୍ଟା କରୁଛି ଅାଉ ଭବିଷ୍ୟତରେ ମଧ୍ୟ କରୁଥିବ ।ହେଲେ ରହସ୍ୟ ଉପରୁ କେବେ ପର୍ଦା ଉଠିବ ତାହା କେବଳ ସମୟ ଅାସିଲେ ହିଁ ଜଣା ପଡ଼ିବ ।

ଆଜି ପର୍ଯ୍ୟନ୍ତ ଏହି ରହସ୍ୟମୟ ଗୋଲୁମନ୍ଦିରର ଆଶ୍ଚର୍ଯ୍ୟଜନକ ଘଟଣା ରହସ୍ୟ ହୋଇରହିଛି । ପ୍ରକୃତରେ କିପରି ଏହି ଗୋଲୁଦେବତା ହଜାର ହଜାର ଲୋକମାନଙ୍କର ମନୋସ୍କାମନାକୁ ପଢିପାରନ୍ତି ! କେମିତି ଦରଖାସ୍ତ ଅନୁଯାୟୀ ଭକ୍ତମାନଙ୍କର ଇପସିତ କାର୍ଯ୍ୟ ଗୁଡ଼ିକ ସମାହିତ ହୋଇଥାଏ !! ୍ଆଜିଯାଏ ଏହା ରହସ୍ୟାବୃତ୍ତ ହୋଇ ରହିଛି ।

ଏହି ଅତ୍ୟାଧୁନିକ ଯୁଗରେ ବିଜ୍ଞାନର ଯେତେ ଯେତେ ଅଗ୍ରସର ହେଉଛି ସରଳ ମଣିଷର ଆଧ୍ୟାତ୍ମିକତା ପ୍ରତି ବିଶ୍ୱାସ ସେତେ ମାତ୍ରାରେ ବୃଦ୍ଧି ପାଇ ଚାଲିଛି ।

Leave A Reply

Your email address will not be published.