Latest Odisha News

BREAKING NEWS

‘କୋଣାର୍କ ମହୋତ୍ସବ’ ଡିସେମ୍ବର ୧ରୁ ଆରମ୍ଭ

ଭୁବନେଶ୍ୱର : ଓଡିଶାର ଅନ୍ୟତମ କୀର୍ତ୍ତିରାଜୀ କୋଣାର୍କରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦୁଇଟି ମହୋତ୍ସବର ମହାସମାରୋହ ।

‘କୋଣାର୍କ ମହୋତ୍ସବ’ ଓ ‘ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ’ ଗତକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ‘କୋଣାର୍କ ମହୋତ୍ସବ’ର ୩୦ତମ ସଂସ୍କରଣ ଏବଂ ‘ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ’ ୮ମ ସଂସ୍କରଣ କୋଣାର୍କ ସୂର୍ଯ୍ୟ ମନ୍ଦିର ସ୍ଥିତ ମୁକ୍ତାକାଶ ପ୍ରେକ୍ଷାଳୟରେ ଡିସେମ୍ବର ୧ରୁ ୫ ତାରିଖ ଯାଏଁ ଚାଲିବ ।

ପର୍ଯ୍ୟଟକମାନେ କୋଣାର୍କର ଭବ୍ୟ ସୂର୍ଯ୍ୟମନ୍ଦିରର ପରିଦର୍ଶନ କରିବା ସହ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ମଧ୍ୟ ଦେଖିପାରିବେ । ଏଥିସହିତ ଗୋଟିଏ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟର ସମାହାର ଦେଖିବାକୁ ନୃତ୍ୟପ୍ରେମୀ ତଥା ପର୍ଯ୍ୟଟକମାନେ ସୁଯୋଗ ପାଇପାରିବେ ।

ଅନ୍ୟପକ୍ଷରେ ଏହି ମହୋତ୍ସବରେ ପ୍ରବେଶ ଶୁଳ୍କ ମାଗଣା ରହିଛି, ଫଳରେ ସମସ୍ତ ପର୍ଯ୍ୟଟକ ଆରାମରେ ଏହି ମହୋତ୍ସବ ବୁଲି ଦେଖିପାରିବେ । ଏଥିସହିତ ଚନ୍ଦ୍ରଭାଗା ନିକଟରେ ଆୟୋଜିତ ‘କ୍ରାଫ୍ଟ୍ ମେଳା’ ପର୍ଯ୍ୟଟକମାନଙ୍କର ଦୃଷ୍ଟି ଆକର୍ଷଣ କରିବା ନେଇ ଆଶା କରାଯାଉଛି ।

ଏହି ମହୋତ୍ସବରେ ଭାରତର ପ୍ରମୁଖ ନୃତ୍ୟଶିଳ୍ପୀମାନେ ଯୋଗଦେବେ । ଆହୁରି ମଧ୍ୟ ଅଭିଜ୍ଞ ନୃତ୍ୟଶିଳ୍ପୀ ମାନେ ଓଡିଶୀ, ଭାରତନାଟ୍ୟମ, ମଣିପୁରୀ, କଥକ, କୁଚିପୁଡି ଓ ସତୀରିଆ ଆଦି ନୃତ୍ୟ ପରିବେଷଣ କରିବେ ।

Leave A Reply

Your email address will not be published.