Latest Odisha News

BREAKING NEWS

ଭାରତ ନେଲା ବଡ଼ ପଦେକ୍ଷପ: ବ୍ରିଟେନ୍‌ରୁ ଫେରାଇ ଆଣିଲା ୧୦୦ ଟନ୍‌ ସୁନା

ନୂଆଦିଲ୍ଳୀ : ଭାରତ ନେଲା ବଡ଼ ପଦେକ୍ଷପ । ବ୍ରିଟେନରେ ବନ୍ଧା ରଖିଥିବା ସୁନା ଫେରାଇ ଆଣିଛି ଭାରତ । ଆରବିଆଇ ବ୍ରିଟେନରୁ ୧୦୦ ଟନ୍ରୁ ଅଧିକ ସୁନା ଫେରାଇ ଆଣିଛି । ଏହି ସବୁ ସୁନା ଆଗରୁ ବ୍ରିଟେନର ଟ୍ରେଜେରୀ ଭିତରେ ରହିଥିଲା ।

ସୁନାକୁ ସୁରକ୍ଷିତ ରଖିବା ପାଇଁ , ବ୍ରିଟେନର ବ୍ୟାଙ୍କ ଅଫ ଇଂଲଣ୍ଡ  ଭାରତଠୁ ବହୁ ଅଙ୍କର ଫି ମଧ୍ୟ ନେଉଥିଲା । ଏବେ ସେହି ଖର୍ଚ୍ଚରୁ ମୁକ୍ତି ପାଇବ ଭାରତ । ୧୯୯୧ ପରେ ଏତେ ପରିମାଣର ସୁନା କେବେ ଭାରତକୁ ଆଣାଯାଇନଥିଲା।ଆସନ୍ତା କିଛି ମାସରେ ଆରବିଆଇ ଆହୁରି ସୁନାକୁ ଭାରତକୁ ଫେରାଇ ଆଣିବ ।

ଇଂଲଣ୍ଡରୁ ୧୦୦ ଟନ୍ ସୁନା ଫେରାଇ ଆଣି ଭାରତର ଭଣ୍ଡାରରେ ରଖାଯାଇଛି। ଏହି ନିଷ୍ପତ୍ତି ଭାରତ ପାଇଁ ଲାଭଜନକ । ଆଗାମୀ କିଛି ଦିନରେ ଏପରି ବହୁ ପରିମାଣର ସୁନାକୁ ଫେରେଇ ଆଣିବ ଭାରତ । ସେଣ୍ଟ୍ରାଲ୍ ବ୍ୟାଙ୍କ୍ ପକ୍ଷରୁ ଦେଶର ରାଜକୋଷରେ ସୁନା ପରିମାଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନିଆଯାଇଛି। ଭବିଷ୍ୟତରେ ଏହା ଆର୍ଥିକ ସ୍ଥିରତାରୁ ବଜାୟ ରଖିବାରେ ଉପଯୋଗୀ ହେବ ।

 

ଏକ ସରକାରୀ ସୁତ୍ରରୁ ଜଣାପଡ଼ିଛି ଯେ ୩୧ ମାର୍ଚ୍ଚ ୨୦୨୪ ଶେଷ ସୁଦ୍ଧା ଆରବିଆଇ ପାଖରେ ୮୨୨.୧ ଟନ୍ ସୁନା ରହିଥିଲା । ସେଥିମଧ୍ୟରୁ ୪୧୩.୮ ଟନ୍ ସୁନା ବିଦେଶରେ ଅଛି । ଆରବିଆଇ ନିକଟ ଅତୀତରେ କ୍ରୟ କରିଥିବା ସୁନା ମଧ୍ୟରୁ କେବଳ ଗତ ଆର୍ଥିକ ବର୍ଷରେ ୨୭.୫ ଟନ୍ ସୁନା ଭଣ୍ଡାରରେ ସାମିଲ ହୋଇଛି।

୧୯୯୧ ମସିହାରେ ଚନ୍ଦ୍ରଶେଖର ସରକାରଙ୍କ ସମୟରେ ଆର୍ଥିକ ସନ୍ତୁଳନ ରକ୍ଷା କରିବା ପାଇଁ ସୁନାକୁ ବନ୍ଧକ ରଖାଯାଇଥିଲା । ୧୯୯୧ ମସିହା ଜୁଲାଇ ୪ ରୁ ୧୮ ତାରିଖ ମଧ୍ୟରେ  ଆରବିଆଇ ୪୬.୯୧ ଟନ୍ ସୁନା ବନ୍ଧକ ରଖି ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ୍ ଅଫ୍ ଜାପାନ ପାଖରୁ ୪ ଶହ ମିଲିୟନ୍ ଟଙ୍କା ଯୋଗାଡ କରିଥିଲା ।

ବିଶ୍ୱର ଦ୍ୱିତୀୟ ସୁନା ଭଣ୍ଡାର ହେଉଛି ବ୍ୟାଙ୍କ ଅଫ୍ ଇଂଲଣ୍ଡ । ଏହି ସୁନା ଭଣ୍ଡାରରେ ଅନେକ ଦେଶ ନିଜର ସୁନା ରଖନ୍ତି। ଏଥିପାଇଁ ସେମାନଙ୍କୁ ବ୍ରିଟେନର ସେଣ୍ଟ୍ରାଲ ବ୍ୟାଙ୍କକୁ ଦେୟ ମଧ୍ୟ ଦେବାକୁ ପଡ଼ିଥାଏ। ଭାରତ ମଧ୍ୟ ଏହି ଫି ପ୍ରଦାନ କରୁଛି ।

Comments are closed.