Latest Odisha News

BREAKING NEWS

ରେପୋ ରେଟ୍‌ କମାଇଲା ଆରବିଆଇ, ଶସ୍ତା ହେବ ଗୃହ ଋଣ ଇଏମଆଇ

ନୂଆଦିଲ୍ଲୀ: ଖସିଲା ରେପୋ ରେଟ୍ । ପାଞ୍ଚ ବର୍ଷ ପରେ ଲଗାତର ଦ୍ଵିତୀୟ ଥର ପାଇଁ ରେପୋ ରେଟ୍ ଖସିଛି । ରେପୋ ରେଟ୍‌ କମାଇଲା ଆରବିଆଇ । ରେପୋ ରେଟ୍‌ ୦.୨୫% କମାଇଲା ଆରବିଆଇ । ୦.୨୫% କମିବା ପରେ ରେପୋ ରେଟ୍‌ ୬% ରହିଲା । ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ଆରବିଆଇର ଏମପିସି ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ।

ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, ‘‘ମୁଦ୍ରା ନୀତି କମିଟି(ଏମପିସି) ସର୍ବସମ୍ମତିକ୍ରମେ ପଲିସି ରେପୋ ରେଟ୍‌କୁ ତୁରନ୍ତ ପ୍ରଭାବ ସହ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୬% କରିବାକୁ ମତଦାନ କରିଛି।’’ ଏହି ଅବସରରେ ଗଭର୍ଣ୍ଣର ବିଶ୍ୱ ବିକାଶ ପାଇଁ ନୂତନ ଚ୍ୟାଲେଞ୍ଜଗୁଡ଼ିକ ପ୍ରତି ମଧ୍ୟ ଇଙ୍ଗିତ କରିଛନ୍ତି। ପାଞ୍ଚ ବର୍ଷ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ହାର ହ୍ରାସ କରିଛି। ରେପୋ ହାର ହ୍ରାସ ପରେ ଆଶା କରାଯାଉଛି ଯେ ବ୍ୟାଙ୍କଗୁଡ଼ିକ ଗୃହ ଋଣ ସମେତ ବିଭିନ୍ନ ପ୍ରକାରର ଋଣ ଉପରେ ସୁଧ ହାର ହ୍ରାସ କରିପାରନ୍ତି।

ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ ରିଜର୍ଭ ବ୍ୟାଙ୍କ ଅନ୍ୟ ବ୍ୟାଙ୍କଗୁଡ଼ିକୁ ଟଙ୍କା ଋଣ ଦେଇଥାଏ । ଯଦି RBI କମ୍ ହାରରେ ଟଙ୍କା ଋଣ ଦିଏ, ତେବେ ବ୍ୟାଙ୍କଗୁଡ଼ିକ ମଧ୍ୟ ଗ୍ରାହକମାନଙ୍କୁ କମ୍ ହାରରେ ଋଣ ପ୍ରଦାନ କରନ୍ତି । ଏଥିରେ ଗୃହ ଋଣ, କାର ଋଣ, ବ୍ୟକ୍ତିଗତ ଋଣ ଇତ୍ୟାଦି ଅନ୍ତର୍ଭୁକ୍ତ। ରେପୋ ହାର ହ୍ରାସ ଦ୍ୱାରା ମଧ୍ୟବିତ୍ତ ବର୍ଗକୁ ଏକ ବଡ଼ ଲାଭ ମିଳିଥାଏ, କାରଣ ଏହା EMI ର ବୋଝ ହ୍ରାସ କରିଥାଏ। ଅନ୍ୟପକ୍ଷରେ, ବଜାରରେ ଲିକ୍ୱିଡିଟି ମଧ୍ୟ ବୃଦ୍ଧି ପାଏ ।

ଦେଶର ଅର୍ଥନୀତି ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିଲେ ମନି ଫ୍ଲୋକୁ ବୃଦ୍ଧି କରି ଏହାକୁ ରିକଭର କରିବାକୁ ପଡ଼ିଥାଏ । ଏଭଳି ସ୍ଥିତିରେ ଆରବିଆଇ ସୁଧ ହାର ହ୍ରାସ କରିଥାଏ । ଅପରପକ୍ଷରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଲେ ଆରବିଆଇ ରେପୋ ରେଟ୍ ବୃଦ୍ଧି କରି ମନି ଫ୍ଲୋକୁ ହ୍ରାସ କରିଥାଏ ।

Comments are closed.