Latest Odisha News

୨୦୦୦ ନୋଟ ସର୍କୁଲେଶନ କମିଛି, ବନ୍ଦ ହେବନି ତ!

ନୂଆଦିଲ୍ଲୀ:୨୦୦୦ ଟଙ୍କା ବନ୍ଦ ହେବା ନେଇ ସୋସିଆଲ ସାଇଟରେ ବିଭିନ୍ନ ଖବର ପ୍ରକାଶ ପାଉଛି । ତେବେ ଏ ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ସର୍କୁଳେଶନ କମିବା ଯୋଗୁ ୨୦୧୯-୨୦ରେ ୨ହଜାର ଟଙ୍କିଆ ନୋଟ ଛପାଯାଇ ନାହିଁ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ୨୦୧୮ରେ ୩୩,୬୩୨ ଖଣ୍ଡ ନୋଟ ସର୍କୁଲେଶନ ହେଇଥିବା ବେଳେ ୨୦୧୯ରେ ୩୨,୯୧୦ରେ ପହଂଚିଛି ।

୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୨୭,୩୯୮ରେ ପଂଚିସାରିଛି । ପୂର୍ବରୁ ଅର୍ଥ ଓ କର୍ପୋରେଟ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ୨୦୦୦ ଟଙ୍କିଆ ନୋଟ ବନ୍ଦ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ନୋଟ ବନ୍ଦ ହେବା ଏବଂ ଛପା କମିବା ଭିନ୍ନ ଭିନ୍ନ କଥା ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.