Latest Odisha News

BREAKING NEWS

ଅନ୍‌-ଲାଇନ୍‌ରେ ପାଦ ଫଟୋ ବିକି କୋଟିପତି !

ଭୁବନେଶ୍ୱର: ଦୁନିଆରେ ଅର୍ଥ ଉପାର୍ଜନ କରିବାକୁ କିଏ ବା ନ ଚାହେଁ ? ଇଣ୍ଟରନେଟ ଯୁଗରେ କିଛି ସାଧାରଣ ଲୋକ ଅର୍ଥ ଆୟ କରିବାର ଅସାଧାରଣ ଉପାୟ ଖୋଜିପାଇଛନ୍ତି । ଜଣେ ବ୍ୟକ୍ତି କେବଳ ନିଜ ପାଦର ଫଟୋ ବିକି ମାସକୁ ପ୍ରାୟ ୩ ଲକ୍ଷ ଟଙ୍କା ଇନକମ୍ କରୁଛନ୍ତି ।

ଆମେରିକା ଆରିଜୋନାର ୩୫ବର୍ଷୀୟ ବ୍ୟକ୍ତି ଜେସନ୍ ଷ୍ଟୋର୍ମ । କେବଳ ପାଦର ଫଟୋ ବିକି ସେ ମାସକୁ ୪ହଜାର ଡଲାର ଆୟ କରିଥାନ୍ତି । ଇନ୍‌ଷ୍ଟାଗ୍ରାମରେ ଜେସନଙ୍କର ୪୯୦୦ ଫଲୋଅର୍ସ ଥିବାବେଳେ ସେ ଫଟୋଗୁଡିକୁ ଉଭୟ ମହିଳା ଓ ପୁରୁଷଙ୍କୁ ବିକ୍ରୟ କରିଥାନ୍ତି । ତେବେ କେବଳ ଇନଷ୍ଟାଗ୍ରାମ ନୁହେଁ ବରଂ ଓନ୍‌ଲି ଫ୍ୟାନ୍ସ ନାମକ ଏକ ପୋର୍ଟାଲ୍ ଜରିଆରେ ବି ସେ ନିଜର ଏକ୍ସକ୍ଲୁସିଭ ଫଟୋଗୁଡିକୁ ବିକ୍ରୟ କରିଥାନ୍ତି ।

କାହିଁକି ବିକ୍ରି ହେଉଛି ପାଦର ଫଟୋ ?

ଜେସନଙ୍କ ଅନୁଯାୟୀ “ଫୁଟ୍ ଫେଟିସ୍ (ପାଦ ପ୍ରତି ଯୌନ ଆକର୍ଷଣ) ଥିବା ବ୍ୟକ୍ତିମାନେ ହିଁ ତାଙ୍କ ପାଦର ଫଟୋକୁ କିଣିଥାନ୍ତି । ଏପରିକି ସେ ନିଜେ ବି ଜଣେ ଫୁଟ୍ ଫେଟିସ୍ । ଅନ୍‌ଲାଇନ୍‌ରେ ଏହି ଫଟୋଗୁଡିକ ମାଗଣାରେ କିମ୍ବା ସହଜରେ ମିଳେନାହିଁ “

ଏହି ବ୍ୟବସାୟ ପୂର୍ବରୁ ଜେସନ୍ ଜଣେ ଆଡଲ୍ଟ ୱେବ୍‌କ୍ୟାମର୍ ଭାବେ ନିଜ ପେଟ ପୋଷୁଥିଲେ । ହେଲେ ଏବେ ସେ ୯ଟାରୁ ୫ଟା କାମ ନ କରି ନିଜର ଭରଣପୋଷଣ କରିପାରୁଛନ୍ତି ।

Leave A Reply

Your email address will not be published.