Latest Odisha News

BREAKING NEWS

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥ

ଚେନ୍ନାଇ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହସ୍ପିଟାଲରେ ଭର୍ତ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଚେନ୍ନାଇର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଅଛି।

ତେବେ ଏନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଚିନ୍ତାର କୌଣସି ଆବଶ୍ୟକତା ନାହିଁ ଏବଂ ତାଙ୍କୁ କିଛି ଘଣ୍ଟା ମଧ୍ୟରେ ଡିସଚାର୍ଜ କରାଯିବ।

ଆରବିଆଇର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଗଭର୍ଣ୍ଣରଙ୍କୁ ଚିକିତ୍ସା ପାଇଁ  ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଅଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ଯବସ୍ଥା ସ୍ଥିର ରହିଛି ଏବଂ ଖୁବଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ। ତେବେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।

Comments are closed.