Latest Odisha News

BREAKING NEWS

ଆପଣଙ୍କ ପକେଟ ଉପରେ ବଢ଼ିବ ଆର୍ଥିକ ବୋଝ, ଆରବିଆଇ ବଢ଼ାଇଲା ରେପୋ ରେଟ୍

ମୁମ୍ବାଇ: ଦେଶର ମୁଦ୍ରାସ୍ପୀତିକୁ ଦେଖି ଆରବିଆଇ ବଢାଇଲା ରେପୋ ରେଟ୍। ଯାହା ସିଧା ଲୋକଙ୍କ ପକେଟ ଉପରେ ବୋଝ ହେବାକୁ ଯାଉଛି। ଚଳିତ ଆର୍ଥିକ ବର୍ଷରେ ଚତୁର୍ଥ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)।

୨୮ ତାରିଖରୁ ଆରବିଆଇର ତିନି ଦିନିଆ ‘ମିନିଟାରି ପଲିସି କମିଟି’ (ଏମ୍‌ପିସି) ବୈଠକ ଚାଲିଥିଲା। ଏହି ବୈଠକ ପରେ ଆଜି ଆରବିଆଇ ରେପୋ ରେଟ ୫୦ ବେସିସ୍‌ ପଏଣ୍ଟ୍‌ ବଢ଼ାଇ ୫.୯୦% କରିଥିବା ଘୋଷଣା କରିଛି। ରେପୋ ରେଟ୍ ବର୍ତ୍ତମାନ ୫.୪୦ ପ୍ରତିଶତ ରହିଥିଲା। ରେପୋ ରେଟ୍ ବୃଦ୍ଧି ହେବା ପରେ ଏବେ ଆପଣଙ୍କ ଋଣ ଯେପରି ବ୍ୟାଙ୍କରୁ ଲୋନ୍ ନେଇଥିବା ହୋମ୍‌ ଲୋନ୍‌, କାର୍‌ ଲୋନ୍‌ ଏବଂ ପର୍ସନାଲ ଲୋନ୍‌ ଉପରେ ସୁଧ ହାର ବୃଦ୍ଧି ପାଇବ। ଯାହା ଆପଣଙ୍କ ଇଏମଆଇ ଉପରେ ସିଧାସଳଖ ପ୍ରଭାବ ପକାଇବ।

ରେପୋ ରେଟ୍ ହେଉଛି ସେହି ସୁଧ ହାର ଯେଉଁଥିରେ ଆରବିଆଇ ଅନ୍ୟ ବ୍ୟାଙ୍କମାନଙ୍କୁ ଋଣ ପ୍ରଦାନ କରିଥାଏ। ରେପୋ ରେଟ୍ ବୃଦ୍ଧି ହେତୁ ବ୍ୟାଙ୍କଗୁଡିକର ଋଣ ନେବାକୁ ଆଗ୍ରହ ବଢିଥାଏ। ଯାହା ସେମାନେ ଗ୍ରାହକଙ୍କୁ ମଧ୍ୟ ଦେବେ। ଏହା ବ୍ୟାଙ୍କର ନିଷ୍ପତ୍ତି ଯେ ରେପୋ ରେଟ୍ ବୃଦ୍ଧି ପରେ ଏହା କେବେ ଏବଂ କେତେ ଋଣରେ ଇଏମଆଇ ବୃଦ୍ଧି କରିବ। ଆରବିଆଇ କହିଛି ଯେ ମୁଦ୍ରାସ୍ଫୀତି ସମସ୍ତ କ୍ଷେତ୍ର ପାଇଁ ଚିନ୍ତାର ବିଷୟ।

ସୂଚନାଯୋଗ୍ଯ, ସାରା ବିଶ୍ବକୁ ଏବେ ମୁଦ୍ରାସ୍ପୀତି ଚିନ୍ତା ଘାରିଛି। ଆମେରିକା ହେଉ ଅବା ବ୍ରିଟେନ ପାଇଁ ମୁଦ୍ରାସ୍ପୀତି ବଡ ଚ୍ୟାଲେଞ୍ଜ ପାଲଟିଛି। ଆମେରିକାର ଫେଡେରାଲ ରିଜର୍ଭ ସମେତ ବିଶ୍ୱର ଅନେକ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ସୁଧ ହାର ବୃଦ୍ଧି କରିଛନ୍ତି।

Comments are closed.