Latest Odisha News

BREAKING NEWS

ବିଜେଡି ଛାଡ଼ିଲେ ତେଜେଶ୍ୱର ପରିଡ଼ା, ବିଜେପିରେ ମିଶିବେ !

ଭୁବନେଶ୍ୱର: ଓଡ଼ିଶା ଖଦି ଓ ଗ୍ରାମ୍ୟଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଇମେଲ୍ ଯୋଗେ ଦଳର ସଭାପତିଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦ୍ୟରୁ ଇସ୍ତଫା ଦେଇଛନ୍ତି ତେଜେଶ୍ୱର । ଆଜି ଅପରାହ୍ଣରେ ତେଜେଶ୍ୱର ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି ।

ଅପରାହ୍ଣରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ତେଜେଶ୍ୱର ପଦ୍ମ ଧରି ପାରନ୍ତି । ନଡ୍ଡାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ବେଳେ ତେଜେଶ୍ୱର ବିଜେଡି ଛାଡ଼ି ବିଜେପି କ୍ୟାମ୍ପରେ ମିଶିବାକୁ ଯାଉଛନ୍ତି । ତେବେ ଏନେଇ ତେଜେଶ୍ୱରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ବିଜେଡିରୁ ଇସ୍ତଫା ଦେଇ ତେଜେଶ୍ୱର ଲେଖିଛନ୍ତି, ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଓ ଗଣମାଧ୍ୟମ ପ୍ୟାନେଲିଷ୍ଟ ଭାବେ ସୁଯୋଗ ଦେଉଥିବାରୁ ଧନ୍ୟବାଦ । ନିର୍ବାଚନ ମାନିଫେଷ୍ଟୋ କମିଟି ସଦସ୍ୟ ଓ ୨୦୧୯ ନିର୍ବାଚନର ଦଳର ଷ୍ଟାର କ୍ୟାମ୍ପେନର କରିଥିବାରୁ ତେଜେଶ୍ୱର ନବୀନଙ୍କୁ ଇସ୍ତଫା ପତ୍ରରେ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.