Latest Odisha News

RBI ମୁଦ୍ରାନୀତି ସମୀକ୍ଷା: ରେପୋରେଟ୍ ୪%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ତ୍ରୈମାସିକ ମୁଦ୍ରୀନୀତି ସମୀକ୍ଷା କରି ସୁଧହାରକୁ ଅପରିବର୍ତ୍ତିତ ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋରେଟ୍ ୪% ଓ ରିଭର୍ସ ରେପୋରେଟ୍ ୩.୩୫%ରେ ଅପରବର୍ତ୍ତିତ ରହିଛି । ମୁଦ୍ରୀନୀତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ରେପୋରେଟ୍ ଅପରିବର୍ତ୍ତିତ ରହିଥିବାରୁ ଗୃହ, ଗାଡ଼ି ଆଦି ଋଣ ଉପରେ ସୁଧହାର ପୂର୍ବଭଳି ସମାନ ରହିବ ।

ବର୍ଦ୍ଧିତ ଓ ଉଚ୍ଚ ମୁଦ୍ରାସ୍ଫୀତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସମସ୍ତ ସଦସ୍ୟ । ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବାକୁ ସମୟ ଲାଗିବ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର । ତୃତୀୟ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି ହାର +୦.୧ ପ୍ରତିଶତ ଓ ଚତୁର୍ଥ କ୍ୱାର୍ଟରରେ ଏଥିରେ +୦.୭ ପ୍ରତିଶତ ରହିବା ନେଇ ଅନୁମାନ କରିଛି ଆରବିଆଇ ।

ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପି -୭.୫ ପ୍ରତିଶତ ରହିବା ନେଇ ଆଶଙ୍କା କରିଛି ଆରବିଆଇ । ଏହାସହ ଆରବିଆଇ ଗଭର୍ଣ୍ଣର ଦେଶବାସୀ ଓ ଶିଳ୍ପଜଗତକୁ ସୁନିଶ୍ଚିତ କରିଛନ୍ତି ଯେ, ଅର୍ଥନୀତିରେ ପର୍ୟ୍ୟାପ୍ତ ପରିମାଣର ନଗଦ ଉପଲବ୍ଧ ଅଛି । ସଠିକ ସମୟରେ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

Leave A Reply

Your email address will not be published.