Latest Odisha News

BREAKING NEWS

ସୁଧହାର ଅପରିବର୍ତ୍ତିତ ରଖିଲା RBI

ନୂଆଦିଲ୍ଲୀ: ମୁଦ୍ରାନୀତି ସମୀକ୍ଷା କରି ସୁଧହାର ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ରିଭର୍ସ ରେପୋ ରେଟ୍ ପୂର୍ବଭଳି ୩.୩୫ ପ୍ରତିଶତ ରହିଛି । ମୁଦ୍ରାନୀତି ସମୀକ୍ଷା ପରେ ଆଜି ଏହି ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

BjdElectrycity

ସେ କହିଛନ୍ତି, ବିଶ୍ୱ ବଜାରରେ କୋଭିଡ୍ ମହାମାରୀ ପ୍ରଭାବ ପକାଇଛି । ଏଭଳି ସ୍ଥିତିରେ ଭାରତ ଆଗରେ ବି ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଯାହାର ମୁକାବିଲା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାରେ ଉଦ୍ୟମ ଚଳାଇଛି ।

୨୦୨୨ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୫ ପ୍ରତିଶତ ରହିବ ବୋଲି ଆକଳନ କରିଛି ଆରବିଆଇ । ସେହିପରି ମୁଦ୍ରାସ୍ଫୀତି ୫.୩ ପ୍ରତିଶତ ରହିପାରେ । ଶକ୍ତିକାନ୍ତ ଦାସ କହିଛନ୍ତି, ଦେଶର ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଛି । କିନ୍ତୁ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣ ଯୋଗୁଁ ଆଗକୁ ସଙ୍କଟ ଆସିପାରେ ବୋଲି ଆଶଙ୍କା ରହିଛି।

ଶେଷ ଥର ୨୦୨୦, ମେ ୨୨ ତାରିଖରେ ମୁଦ୍ରାନୀତି ସମୀକ୍ଷା କରି ସୁଧହାରରେ ପରିବର୍ତ୍ତିନ କରିଥିଲା ଆରବିଆଇ । ତାପରେ ୮ ଥର ରେପୋରେଟ୍ ଅପରିବର୍ତ୍ତିତ ରହିଛି । ଥର ଆରବିଆଇ ସୁଧହାର ଅପରିବର୍ତ୍ତିତ ରଖିଥିବାରୁ ଗୃହ, ଗାଡ଼ି ଆଦି ଋଣ ଉପରେ ଇଏମଆଇରେ ଗ୍ରାହକଙ୍କୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ ।

Leave A Reply

Your email address will not be published.