Latest Odisha News

BREAKING NEWS

ଲାଲୁଙ୍କ ଘରେ ବାଜିବ ଶାହନାଇ, ବାହା ହେବେ ତେଜସ୍ୱୀ

ପାଟଣା: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ପୁଣି ଥରେ ବାଜିବ ଶାହନାଇ । ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ସାନ ପୁଅ ତେଜସ୍ୱୀ ଯାଦବ । ବାହାଘରକୁ ନେଇ ଆସିଲା ବଡ଼ ଖବର । ଖୁବଶୀଘ୍ର ବରବେଶରେ ସଜେଇ ହେବେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ । କାଲି ଦିଲ୍ଲୀରେ ତାଙ୍କର ଏନଗେଜମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଛି ।

କୁହାଯାଉଛି ପୁଅର ଏନଗେଜମେଣ୍ଟ ପାଇଁ ଲାଲୁଙ୍କ ପୁରା ପରିବାର ଏବେ ଦିଲ୍ଲୀରେ ଅଛି । ଦୁଇ ପୁଅ, ପତ୍ନୀ ଓ ଝିଅ ଦିଲ୍ଲୀରେ ଅଛନ୍ତି । ଏହି ଉତ୍ସବରେ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇନି । କେବଳ ସୀମିତ ଲୋକଙ୍କ ଉପସ୍ଥିତିରେ ଭାବି ପତ୍ନୀଙ୍କ ହାତରେ ମୁଦି ପିନ୍ଧାଇ ସ୍ୱୀକୃତି ଦେବେ ତେଜସ୍ୱୀ ଯାଦବ । ଏନଗେଜମେଣ୍ଟ ସେରିମୋନୀରେ ପ୍ରାୟ ୫୦ ଜଣ ସାମିଲ ହୋଇପାରନ୍ତି ।

ତେବେ କିଏ ହେବେ ତେଜସ୍ୱୀ ଯାଦବଙ୍କ ସ୍ୱପ୍ନର ରାଜକୁମାରୀ । ତାକୁ ନେଇ ଏବେ ଚର୍ଚ୍ଚା । ଏନେଇ ଲାଲୁଙ୍କ ପରିବାର ଲୋକ କିଛି ସ୍ପଷ୍ଟ ଭାବରେ କହି ନାହାନ୍ତି । ଚର୍ଚ୍ଚା ହେଉଛି ତେଜସ୍ୱୀ ଜଣେ ପୁରୁଣା ବାନ୍ଧବୀଙ୍କୁ ଲାଇଫ୍ ପାର୍ଟନର କରିବାକୁ ଯାଉଛନ୍ତି । ଲାଲୁଙ୍କ ସାନ ବୋହୂ ହରିଆଣା ଓ ଦିଲ୍ଲୀ ବାସିନ୍ଦା ହୋଲି କୁହାଯାଉଛି । ତେଜସ୍ୱୀଙ୍କର କିଏ ହେବ ମନର ମାନସୀ ତାକୁ ଅପେକ୍ଷା ।

ଲାଲୁ ଯାଦବଙ୍କର ୭ ଜଣ ଝିଅ ଓ ଦୁଇ ଜଣ ପୁଅ । ତେଜସ୍ୱୀ ସମସ୍ତଙ୍କଠାରୁ ସାନ । ଲାଲୁଙ୍କ ଅନୁପସ୍ଥିତିରେ ସେ ଆରଜେଡିର ସମସ୍ତ ନିଷ୍ପତ୍ତି ନେଉଥିଲେ । ବାପାଙ୍କ ଅନୁପସ୍ଥିତିରେ ଗତ ବିହାର ବିଧାନସଭା ନିର୍ବାଚନରେ ତେଜସ୍ୱୀଙ୍କ ନେତୃତ୍ୱରେ ଆରଜେଡି ଭଲ ପ୍ରଦର୍ଶନ କରିଥିଲା । ଏବେ ସେ ବିହାରରେ ବିରୋଧୀ ଦଳ ନେତା ଅଛନ୍ତି ।

Leave A Reply

Your email address will not be published.