Latest Odisha News

BREAKING NEWS

ଆରବିଆଇର ନୂଆ ନିୟମ, ଏଣିକି ଛୁଟିଦିନରେ ବି ଆକାଉଣ୍ଟକୁ ଆସିବ ଦରମା

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟରୁ ରବିବାର ଓ ଗେଜେଟଭୁକ୍ତ ଛୁଟିଦିନରେ ବି ଆକାଉଣ୍ଟକୁ ଆସିବ ଦରମା । ଅଗଷ୍ଟ ୧ ତାରିଖ ଠାରୁ ନ୍ୟାସନାଲ ଅଟୋମେଟେଡ କ୍ଲିଅରିଂ ହାଉସ ବା ନାଚ୍ ସପ୍ତାହର ସବୁଦିନ ଖୋଲା ରହିବ । ଏନେଇ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ କହିଛନ୍ତି, ଖାଉଟିମାନଙ୍କ ସୁବିଧା ଦୃଷ୍ଟିରୁ ଏହି ନିୟମ କାର୍ଯ୍ୟକାରୀ କରାଯିବ ।

ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ଦ୍ବାରା ପରିଚାଳିତ ନାଚ୍ ଦରମା, ଲାଭାଂଶ, ସୁଧ, ପେନସନ, ବିଦ୍ୟୁତ, ଏଲପିଜି ସବସିଡି, ଟେଲିଫୋନ, ଋଣ କିସ୍ତି, ଇଏମଆଇ, ମ୍ୟୁଚୁଆଲ ଫଣ୍ଡ, ଡିବିଟି, ଆଦି ସକାଶେ ପ୍ରାପ୍ୟ ପ୍ରଦାନ କରିଥାଏ । ପ୍ରତିଦିନ ଏହି କାର୍ଯ୍ୟ ଚାଲିଥିବା ବେଳେ ରବିବାର ଓ ଅନ୍ୟାନ୍ୟ ଗେଜେଟଭୁକ୍ତ ଛୁଟିରେ ଏହା ବନ୍ଦ ରହିଥାଏ । ମାତ୍ର ନୂଆ ନିୟମ ଯୋଗୁ ଏଣିକି ଛୁଟି ଦିନରେ ବି ଏହି କାର୍ଯ୍ୟ ଜାରି ରହିବ । ବର୍ତ୍ତମାନ ଛୁଟିଦିନେ ବ୍ୟାଙ୍କ ବନ୍ଦ ରହିଥିବାରୁ ବିଭିନ୍ନ ଅଟୋପେମେଣ୍ଟ ଓ ଅଟୋଡେବିଟ ପ୍ରକ୍ରିୟା ବନ୍ଦ ରହିଥାଏ । ମାତ୍ର ନୂଆ ନିୟମ ଅନୁସାରେ 24×7 ସୁବିଧା ଉପଲବ୍ଧ ହେବ ।

ବର୍ତ୍ତମାନ କୋଭିଡ ସଙ୍କଟ କାଳରେ ଅଟୋଟ୍ରାନ୍ସଫର ସୁବିଧା କାର୍ଯ୍ୟକାରୀ କରାଯାଇଛି । ଫଳରେ ସ୍ବଚ୍ଛ ପଦ୍ଧତିରେ ସରକାରୀ ସବସିଡି ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁଛି । ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ଉପଭୋକ୍ତାଙ୍କୁ ସ୍କୁଲ ଦେୟ ଦାଖଲ କରିବାଠୁ ଆରମ୍ଭ କରି ଋଣ କିସ୍ତି ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ସହାୟକ ହେବ ବୋଲି କହିଛନ୍ତି ଫାଇନାନସିଆଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଜାଫର ଇମାମ ।

Leave A Reply

Your email address will not be published.