Latest Odisha News

BREAKING NEWS

₹୧୦ ଓ ₹୫୦୦ର ନୂଆ ନୋଟ୍ ଆଣିବ ଆରବିଆଇ ! ଜାଣନ୍ତୁ ପୁରୁଣା ନୋଟର କ’ଣ ହେବ?

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପୁଣି ଥରେ ୫୦୦ ଟଙ୍କାର ନୂଆ ନୋଟ୍ ଜାରି କରିବାକୁ ଯାଉଛି। ଏହା ସହିତ ଆରବିଆଇ ମଧ୍ୟ ଦଶ ଟଙ୍କିଆ ନୋଟ୍ ଜାରି କରିବ । ଏହି ଦୁଇଟି ନୋଟରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ କିଛି ପରିବର୍ତ୍ତନ ସହିତ ନୂଆ ନୋଟ୍ ଜାରି କରାଯିବ। ବର୍ତ୍ତମାନ ପ୍ରଚଳିତ ଦଶ ଏବଂ ୫୦୦ ଟଙ୍କା ନୋଟ୍ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଶୁକ୍ରବାର ଦିନ କହିଛି ଯେ, ଏହି ନୂତନ ନୋଟଗୁଡିକର ଡିଜାଇନ୍ ପୂର୍ବରୁ ଦିଆଯାଇଥିବା ମହାତ୍ମା ଗାନ୍ଧୀ (ନୂତନ) ସିରିଜ୍ ₹ ୧୦ ଏବଂ ₹ ୫୦୦ ନୋଟ ସହିତ ସମାନ ହେବ। ଏହାର ଅର୍ଥ ହେଉଛି ଡିଜାଇନ୍ କିମ୍ବା ସୁରକ୍ଷା ସହିତ ଜଡିତ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କେବଳ ବର୍ତ୍ତମାନ ନୂତନ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ସହ ନୂଆ ନୋଟ୍ ଆସିବ ।

ସଞ୍ଜୟ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡର ଆଇଏଏସ। ପ୍ରଶାସନିକ ସେବାରେ ତାଙ୍କରେ ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ୩୩ ବର୍ଷ ଧରି ପ୍ରଶାସନିକ କାର୍ଯ୍ୟ କରି ଚାଲିଛନ୍ତି।

ଗତ ମାସରେ, ଆରବିଆଇ ୧୦୦ ଏବଂ ୨୦୦ଟଙ୍କାର ନୂତନ ନୋଟ୍ ପ୍ରଦାନ କରିବାକୁ ଘୋଷଣା କରିଥିଲା। ଏହାର ଅର୍ଥ ହେଉଛି ଶୀଘ୍ର ଆପଣ ବଜାରରେ ଅନେକ ନୂଆ ନୋଟ୍ ଦେଖିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ଘୋଷଣା ଅନୁଯାୟୀ ରିଜର୍ଭ ବ୍ୟାଙ୍କ ୧୦, ୧୦୦, ୨୦୦ ଏବଂ ୫୦୦ ଟଙ୍କା ନୋଟ ଜାରି କରିବ। ଏହି ସମସ୍ତ ନୋଟରେ ନୂତନ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ।

Comments are closed.