Latest Odisha News

BREAKING NEWS

ଆଇପିଏଲ: କୋହଲିଙ୍କ ୮ମ ଶତକ, ଚଳିତ ସିଜନରେ ପ୍ରଥମ

ଜୟପୁର: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୧୮୪ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରଖିଛି । ବିରାଟ କୋହଲି ଚଳିତ ସିଜନର ପ୍ରଥମ ଏବଂ ଓଭରାଲ ୮ମ ଶତକ ମାରି ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଟସ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ବେଙ୍ଗାଲୁରର ଦୁଇ ଓପନର କୋହଲି ଏବଂ ଫାପ ଡୁ ପ୍ଲେସି ପ୍ରଥମ ୱିକେଟରେ ୧୨୫ ରନ ଯୋଗ କରିଥିଲେ । ଏକଦା ବେଙ୍ଗାଲୁର ୨୦୦ରୁ ଊର୍ଦ୍ଧ୍ୱ ସ୍କୋର କରିବ ବୋଲି ଆଶା କରାଯାଉଥିଲା । ମାତ୍ର ସ୍ପିନର ଭଲ ବୋଲିଂ ପ୍ରଦର୍ଶନ ଯୋଗୁ ବେଙ୍ଗାଲୁର ୩ ୱିକେଟ ବିନିମୟରେ ୧୮୩ ରନ କରିଥିଲା ।

କୋହଲି ୭୨ ବଲର ସମ୍ମୁଖୀନ ହୋଇ ୧୨ ଚୌକା ଓ ୪ ଛକା ସହାୟତାରେ ୧୧୩ ରନ କରି ଅପରାଜିତ ରହିଥିଲେ । ଡୁ ପ୍ଲେସି ୪୪, ଗ୍ଲେନ ମ୍ୟାକ୍ସୱେଲ ୧ ଓ ସୌରଭ ଚୌହ୍ୱାନ ୯ ରନ କରି ଆଉଟ ହୋଇଥିଲେ । ରାଜସ୍ଥାନ ପକ୍ଷରୁ ୟୁଜଭେନ୍ଦ୍ର ଚହଲ ୨ଟି ଏବଂ ନାନ୍ଦ୍ରେ ବର୍ଗର ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ରାଜସ୍ଥାନ କ୍ରମାଗତ ୩ଟି ମ୍ୟାଚରେ ବିଜୟ ହାସଲ କରି ଭଲ ଫର୍ମରେ ରହିଛିି । ଅପରପକ୍ଷରେ ବେଙ୍ଗାଲୁର ୪ଟି ମ୍ୟାଚରୁ ୨ ପଂଏଟ ହାସଲ କରିଛି ।

Comments are closed.