ନୂଆଦିଲ୍ଲୀ: ୨୦୨୬ରେ ହେବାକୁ ଯାଉଛି ଆଇପିଏଲ୍ ନିଲାମ । ଏହା ଯେମିତି ଆଗକୁ ବଢୁଛି, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ସମ୍ଭାବ୍ୟ ବିକ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ, ଆରସିବିର ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହି ମଧ୍ୟରେ ଆସନ୍ତୁ ଜାଣିବା, ଆଇପିଏଲ୍ ଟିମ୍ କିପରି କିଣାଯାଏ ଏବଂ ତାହା କିଣିବା ପାଇଁ କେତେ ଟଙ୍କା ଲାଗେ ।
ଆଇପିଏଲ୍ ଟିମ୍ କିପରି କିଣାଯାଏ
ଆଇପିଏଲ୍ ଫ୍ରାଞ୍ଚାଇଜିର ମାଲିକ ହେବା ଏତେ ସହଜ ନୁହେଁ ଯେମିତି ଦେଖାଯାଏ। ଏହି ଲିଗ୍କୁ ବିସିସିଆଇ ନିୟନ୍ତ୍ରଣ କରେ ଏବଂ କୌଣସି ନୂଆ କିମ୍ବା ପୁରୁଣା ଟିମ୍ ଏକ ଅଧିକାରିକ ଟେଣ୍ଡର ଓ ଅଫସନ ପ୍ରକ୍ରିୟା ମାଧ୍ୟମରେ ବଜାରକୁ ଆସେ। ଯେତେବେଳେ ବୋର୍ଡ ଏକ ନୂଆ ଫ୍ରାଞ୍ଚାଇଜି ଆରମ୍ଭ କରିବା କିମ୍ବା ବର୍ତ୍ତମାନର ଫ୍ରାଞ୍ଚାଇଜି ପାଇଁ ଖୋଲା ଅକ୍ସନ ଲଗାଇବାର ନିଷ୍ପତ୍ତି ନିଏ, ସେତେବେଳେ ଏକ ନଟିଫିକେସନ୍ ଜାରି କରେ ଯାହାକୁ ଇନଭିଟେସନ୍ ଟୁ ଟେଣ୍ଡର କୁହାଯାଏ । ଆଗ୍ରହୀ କମ୍ପାନୀମାନେ ଏହି ଦସ୍ତାବିଜ୍ କିଣିବାକୁ ପଡ଼େ, ଯେଉଁଥିରେ ବିସ୍ତୃତ ନିୟମ, ସର୍ତ୍ତ ଏବଂ ଆର୍ଥିକ ଆବଶ୍ୟକତା ରହିଥାଏ ।
ବିସିସିଆଇ ବେଶ୍ କଡ଼ା ଯୋଗ୍ୟତା ମାନଦଣ୍ଡ ନିର୍ଦ୍ଧାରଣ କରିଛି । ଏହା ଏଥିପାଇଁ ଯେ, କେବଳ ଆର୍ଥିକ ଭାବେ ସବଳ ଏବଂ ପେସାଦାର ଭାବେ ସକ୍ଷମ ଟିମ୍ମାନେ ହିଁ ଏହି ଲିଗ୍ରେ ଭାଗ ନେଇପାରିବେ । ଉଦାହରଣ ସ୍ୱରୂପ, ୨୦୨୧ ଆଇପିଏଲ୍ରେ କେବଳ ଅତି କମ୍ ୩୦୦୦ କୋଟି ଟଙ୍କାର ନେଟ୍ୱର୍ଥ୍ ଥିବା କମ୍ପାନୀମାନଙ୍କୁ ହିଁ ଅକ୍ସନ ଲଗାଇବାର ଅନୁମତି ମିଳିଥିଲା । ଯେତେବେଳେ କୌଣସି କମ୍ପାନୀ ଅକ୍ସନ ଜିତେ, ସେତେବେଳେ ସେହି ଫ୍ରାଞ୍ଚାଇଜି ମାଲିକଙ୍କୁ ବ୍ୟାଙ୍କ୍ ଗ୍ୟାରଣ୍ଟି ଜମା କରିବାକୁ ପଡ଼େ । ଏହା ଏଥିପାଇଁ ଯେ, ଟିମ୍ ଚଳାଇବା ଓ ରକ୍ଷଣାବେକ୍ଷଣ ପାଇଁ ସେମାନଙ୍କ ପାଖରେ ଆର୍ଥିକ ସାମର୍ଥ୍ୟ ରହିଛି ବୋଲି ନିଶ୍ଚିତ ହୋଇପାରିବ ।
ଆଇପିଏଲ୍ ଟିମ୍ କିଣିବାକୁ କେତେ ଟଙ୍କା ଲାଗେ
ଏକ ଆଇପିଏଲ୍ ଟିମ୍ କିଣିବା ପାଇଁ ଅର୍ବନ ଟଙ୍କା ଆବଶ୍ୟକ । ଲିଗ୍ର ବିଶ୍ୱବ୍ୟାପୀ ଦର୍ଶକ ଏବଂ ବ୍ରାଣ୍ଡ ମୂଲ୍ୟ ପ୍ରତିବର୍ଷ ବଢ଼ୁଛି ଏବଂ ସେହିପରି ଫ୍ରାଞ୍ଚାଇଜିର ମୂଲ୍ୟ ମଧ୍ୟ ଉଚ୍ଚତାକୁ ପହଞ୍ଚିଛି । ୨୦୨୧ରେ ଯେତେବେଳେ ଦୁଇଟି ନୂଆ ଟିମ୍ ଆରମ୍ଭ ହୋଇଥିଲା, ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ୭୧୦୦ କୋଟି ଟଙ୍କାରେ କିଣାଯାଇଥିଲା । ସେହିପରି ଗୁଜରାଟ ଟାଇଟାନ୍ସକୁ ୫୬୨୫ କୋଟି ଟଙ୍କାରେ କିଣାଯାଇଥିଲା । ଏବେ ସମୟ ସହିତ ଆଇପିଏଲ୍ର ମୂଲ୍ୟାଙ୍କନ ନିରନ୍ତର ବଢ଼ୁଥିବାରୁ ଆଜି ଯଦି କୌଣସି ନୂଆ ଫ୍ରାଞ୍ଚାଇଜି ଯୋଡ଼ାଯାଏ, ତେବେ ତାହାର ମୂଲ୍ୟ ପ୍ରାୟ ୧୦,୦୦୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ହେବ ।
ଟିମ୍ କିଣିବା ପରେ କାମ ଶେଷ ହୋଇନଯାଏ । ବରଂ ଏହା ତ ଏକ ଆରମ୍ଭ ମାତ୍ର । ଆଇପିଏଲ୍ ଫ୍ରାଞ୍ଚାଇଜି ଚଳାଇବାରେ ପ୍ରତି ସିଜନ୍ରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହୁଏ । ଟିମ୍ର ଦରମା, ସଞ୍ଚାଳନ ବ୍ୟୟ ଏବଂ ବ୍ୟବସାୟିକ ଖର୍ଚ୍ଚ ଦେବାକୁ ପଡ଼େ । ଏହା ସହିତ ଖେଳାଳିଙ୍କ ବ୍ୟତୀତ ଏକ ଫ୍ରାଞ୍ଚାଇଜିକୁ କୋଚିଂ ଓ ସହାୟକ ଷ୍ଟାଫ୍, ଯାତ୍ରା ଓ ରହଣି, ଷ୍ଟାଡିୟମ୍ ସଞ୍ଚାଳନ ଓ ଲଜିଷ୍ଟିକ୍ସ ଏବଂ ମାର୍କେଟିଂ, ବ୍ରାଣ୍ଡିଂ ଓ ପ୍ରଚାର ଅଭିଯାନ ପାଇଁ ମଧ୍ୟ ଅର୍ଥ ଯୋଗାଡ଼ କରିବାକୁ ପଡ଼େ ।
BREAKING NEWS
- ଡଲାର ତୁଳନାରେ ଦୁର୍ବଳ ହେଲା ଭାରତୀୟ ଟଙ୍କା
- ହ୍ରାସ ପାଇବ ପେଟ୍ରୋଲ-ଡିଜେଲ ଦର !
- ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ
- Jag Vasant tanker arrives: ଇରାନରୁ ଆଶ୍ୱସ୍ତି ଆଣିଲା ଆଉ ଏକ ଜାହାଜ, ଗୁଜୁରାଟ ବନ୍ଦରରେ କଲା ପ୍ରବେଶ
- ଓଡ଼ିଶା ଆସୁଛନ୍ତି ସ୍ଥଳସେନା ମୁଖ୍ୟ
- ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ: ଗଣଶିକ୍ଷା ବିଭାଗ
- ଟ୍ରମ୍ପଙ୍କ ୧୦ ଦିନିଆ ଯୁଦ୍ଧବିରତି
- ଟ୍ରପ୍ ଲାଇନ ପ୍ରଭାବରେ ରାଜ୍ୟରେ ଝଡବର୍ଷା: ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- Intercepted Missile in Abu Dhabi: ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣ; ଭଗ୍ନାବଶେଷ ପଡ଼ି ଜଣେ ଭାରତୀୟଙ୍କ ସମେତ ୨ମୃତ
- Bus Collides With Truck: ପିକଅପ୍ ସହ ଧକ୍କା ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିବା ବସ୍ ;୧୦ ମୃତ, ୩୧ରୁ ଅଧିକ ଆହତ
Comments are closed.