Latest Odisha News

BREAKING NEWS

ଅନ୍ତିମ ବୋଲରେ ଫିଲ୍ଡିଂ ମିସ୍, ୨୧୨ ରନ୍ କରି ମ୍ୟାଚ ହାରିଲା ଆରସିବି

ବେଙ୍ଗାଲୁରୁ: ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚଳିତ ଆଇପିଏଲରେ ଆଉ ଏକ ମ୍ୟାଚ୍ ଖେଳାଯାଇଛି। ପୁଣି ଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଶାଳ ରନ୍ କରି ହାରିଛି। ବୋଲରଙ୍କ ନୈରାଶ୍ୟ ଜନକ ପ୍ରଦର୍ଶନ ମ୍ୟାଚ ହାରିବାର ପ୍ରମୁଖ କାରଣ ପାଲଟିଛି।ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଆରସିବି ପ୍ରଥମେ ବ୍ୟାଟିଂ କରି ୨୧୨ ରନର ଟାର୍ଗେଟ୍ ଦେଇଥିଲା।

 ଗୋଟିଏ ଦିନ ପୂର୍ବରୁ ଅହମ୍ମଦାବାଦରେ ରିଙ୍କୁ ସିଂ ଶେଷ ବଲରେ ୫ ଛକା ସହ ରୋମାଞ୍ଚକର ବିଜୟ ଦେଇଥିଲେ, ତେବେ ବେଙ୍ଗାଲୁରୁରେ ମଧ୍ୟ ଶେଷ ବଲରେ ମ୍ୟାଚ୍ ସ୍ଥିର ହୋଇଥିଲା। ଶେଷ ଓଭରରେ ଜିତିବା ପାଇଁ ଲକ୍ଷ୍ନୌକୁ ମାତ୍ର ୫ ରନ୍ ଆବଶ୍ୟକ ଥିଲା ଏବଂ ୩ଟି ୱିକେଟ୍ ବାକି ରହିଥିଲା। ଏହି ଓଭରରେ ହର୍ଷଲ ପଟେଲ ୨ଟି ୱିକେଟ୍ ନେଇଥିଲେ। ଆଉ ଶେଷ ଓ୍ୱିକେଟରେ ମ୍ୟାଚ ଜିତିବାକୁ ଆଶା ରଖି ବିଜୟ ହୋଇଛି ଉତ୍ତର ପ୍ରଦେଶରେ ଦଳ।

ଗୋଟିଏ ବଲରେ କେବଳ ଗୋଟିଏ ରନ୍ ଆବଶ୍ୟକ ଥିଲା । ହର୍ଷଲ ପଟେଲ ନନ ଷ୍ଟ୍ରାଇକରେ ଆଉଟ୍ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତା’ପରେ ଯେତେବେଳେ ଓଭରର ଶେଷ ବଲ୍ ପୁଣି ଥରେ ପକାଇଥିଲେ, ସେତେବେଳେ ଆବେଶ ଖାନ ଏହାକୁ ଖେଳିପାରିନଥିଲେ କିନ୍ତୁ ୱିକେଟ୍ କିପର ଦୀନେଶ କାର୍ତ୍ତିକ ବଲ୍କୁ ସଠିକ୍ ଭାବରେ ଧରିପାରିନଥିଲେ ଏବଂ ଆବେଶ ଏବଂ ରବି ବିଷ୍ଣୁ ଦୌଡି ଯାଇ ଏକ ରନ୍ ନେଇଥିଲେ। କାର୍ତ୍ତିକ ଆଉଟ୍ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା ଏବଂ ଲକ୍ଷ୍ନୌ ମ୍ୟାଚ୍ ଜିତିଯାଇଥିଲା।

ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଟିମ ନିର୍ଦ୍ଧାରିତ ଓଭରରେ ୨ ୱିକେଟ ହରାଇ ୨୧୨ ରନ କରିଥିଲା । ଦୁଇ ଓପନର ବିରାଟ କୋହଲି ଓ ଫାଫ ଡୁ ପ୍ଲେସି ଆରମ୍ଭରୁ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । କୋହଲି ୪୪ ବଲରେ ୪ ଚୌକା ଓ ୪ଛକା ସହାୟତାରେ ୬୧ ରନ କରିଥିଲେ । ଏହା ପରେ ଡୁ ପ୍ଲେସିଙ୍କ ସହ ମିଶି ଗ୍ଲେନ ମ୍ୟାକ୍ସୱେଲ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ମ୍ୟାକ୍ସୱେଲ ୨୯ ବଲରେ ୩ ଚୌକା ଓ ୪ଛକା ସହାୟତାରେ ୫୯ ରନ କରି ଆଉଟ ହୋଇଥିଲେ । ଡୁ ପ୍ଲେସି ୪୬ ବଲରେ ୫ ଚୌକା ଓ ୫ ଛକାରେ ୭୯ ରନ କରି ଅପରାଜିତ ରହିଥିଲେ ।

Leave A Reply

Your email address will not be published.