Latest Odisha News

BREAKING NEWS

ପ୍ରଥମ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କଲା ଆରସିବି

ଧର୍ମଶାଳା: ଉଭୟ ବ୍ୟାଟିଂ ବୋଲିଂରେ ଭଲ ପ୍ରଦର୍ଶନ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୩ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ଏଥିସହ ପ୍ରଥମ ଦଳ ଭାବେ ଆରସିବି ପ୍ଲେ ଅଫରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଆରସିବି ୪ ୱିକେଟ ବିନିମୟରେ ୨୨୨ ରନ କରିଥିଲା । ଜବରଦସ୍ତ ଫର୍ମରେ ଥିବା ବିରାଟ କୋହଲି ୫୮, ଦେବଦତ ପାଡିକଲ ୪୫ ରନ କରିଥିଲେ । ଭେଙ୍କେଟେଶ ଆୟାର ୪୦ ବଲରୁ ଦ୍ରୁତ ୭୩ ଓ ଟିମ ଡେଭିଡ ୨୮ ରନ କରିଥିଲେ । ଜବାବରେ ପଞ୍ଜାବ ୮ ୱିକେଟ ବିନିମୟରେ ୧୯୯ ରନ କରିବାକୁ ସକ୍ଷମ ହୋଇଥିଲା ।

କୂପର କୋନଲୀ ୩୭, ସୂର୍ଯ୍ୟାଂଶ ଶେଜ ୩୫, ମାର୍କସ ଷ୍ଟୋଇନିସ ୩୭ ଓ ଶଶାଙ୍କ ସିଂ ୫୬ ରନ କରିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ,ହୋଇ ନ ଥିଲା । ରସିକ ସାଲାମ ୩ଟି ଓ ଭୁବନେଶ୍ୱର କୁମାର ୨ଟି ୱିକେଟ ନେଇଥିଲେ । ଭେଙ୍କେଟେଶ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଆରସିବି ୧୩ ମ୍ୟାଚରୁ ୧୮ ପଂଏଟ ହାସଲ କରି ଶୀର୍ଷରେ ରହିଛି । ଅପରପକ୍ଷରେ ପଞ୍ଜାବ ୧୩ ମ୍ୟାଚରୁ ୧୩ ପଂଏଟ ପାଇଁ ପ୍ଲେ ଅଫ ପ୍ରବେଶ ପାଇଁ ସଂଘର୍ଷ କରୁଛି ।

Leave A Reply

Your email address will not be published.