Latest Odisha News

BREAKING NEWS

ଚର୍ଚ୍ଚାରେ ଜାପାନର ନିଆରା ରାଜନୈତିକ ପାର୍ଟି ଟିମ ଫ୍ୟୁଚର ମୀରାଇ

ନୂଆଦିଲ୍ଲୀ: ଜାପାନ ରାଜନୀତିରେ ଏକ ନିଆରା ପାର୍ଟି ବେଶ ଚର୍ଚ୍ଚାର କାରଣ ସାଜିଛି । ଏହାର ନାମ ଟିମ ଫ୍ୟୁଚର ମିରାଈ । ଅନ୍ନୋ ତାକାହୀରୋ ହେଉଛନ୍ତି ଆର୍ଟିଫିସିଆଲ ଇଂଟେଲଜେନ୍ସ ସମର୍ଥକ ଓ ଟେକ୍ନୋଲୋଜିରେ ଉପରେ ଆଧାରିତ ଏହି ପାର୍ଟିର ମୂଖ୍ୟ ଚେହେରା । ସେ ଜଣେ ସଫ୍ଟୱେୟାର ଇଂଜିନିୟର ଓ ସାଇନ୍ସ ଫିକ୍ସନ ଲେଖକ ମଧ୍ୟ ଥିଲେ । ତାଙ୍କର ଏହି ଉଦ୍ୟମ ଏବେ ଚିରାଚରିତ ରାଜନୀତିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ୨୦୨୪ରେ ଟୋକିଓ ଗଭଣ୍ଣୟର ନିର୍ବାଚନ ଲଢ଼ି ସେ ରାଜନୀତିକୁ ଆସିଥିଲେ । ସୋସିଆଲ ମିଡିଆରେ ଏଆଇ ମାଧ୍ୟମରେ ସେ ଭୋଟରଙ୍କ ଫିଡବ୍ୟାକ ସଂଗ୍ରହ କରୁଛନ୍ତି ।

ବର୍ତମାନ ଏହି ପାର୍ଟି ଉପର ସଦନରେ ଗୋଟିଏ ଏବଂ ତଳ ସଦନରେ ୧୧ ସିଟ ଜିତିଛି । ତାଙ୍କ ଟିମ ପ୍ରତ୍ୟେକ ଭୋଟରଙ୍କ ଅସୁବିଧା ଜାଣୁଛନ୍ତି । ଏହା ପରେ ତଦନ୍ତ କରି ଆବଶ୍ୟକ ସହଯୋଗ କରୁଛନ୍ତି । ସେମାନେ ସିଧାସଳଖ ଭୋଟର ସହ ସମ୍ପର୍କରେ ମଧ୍ୟ ରହୁଛନ୍ତି । ବ୍ରାଡ ଲିସନିଙ୍ଗ, ଇଡୋବେଯା, ଟକିଙ୍ଗ ମେନିଫେଷ୍ଟୋ ପରି ଟୁଲ୍ସର ବ୍ୟବହାର କରୁଛନ୍ତି । ଅଧିକ ବୟସ କିମ୍ବା ଓ ଯୁବକଙ୍କ ତୁଳନାରେ ୪୦ ବର୍ଷ ପାଖାପାଖି ବ୍ୟକ୍ତିଙ୍କୁ ସେ ଲୋକପ୍ରତିନିଧି ଭାବେ ଚୟନ କରୁଛନ୍ତି । ଜାପାନରେ ଯଦି ସେ ସଫଳ ହେବେ ତେବେ ଆଗାମୀ ଦିନରେ ଏହି ଡିଜିଟାଲ ଗଣତନ୍ତ୍ର ପାର୍ଟି ନୂଆ ସମୀକରଣ ପ୍ରସ୍ତୁତ କରିବ ।

Leave A Reply

Your email address will not be published.