Latest Odisha News

BREAKING NEWS

କୋହଲିଙ୍କ ନେତୃତ୍ୱରେ ବାଙ୍ଗାଲୋରର କ୍ରମାଗତ ଦ୍ୱିତୀୟ ବିଜୟ

ବାଙ୍ଗାଲୋର: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଚଳିତ ସିଜନରେ ବିରାଟ କୋହଲିଙ୍କ ନେତୃତ୍ୱରେ ବାଙ୍ଗାଲୋରର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୯ ୱିକେଟ ହରାଇ ୧୮୯ ରନ କରିଥିଲା । ଫାପ ଡୁ ପ୍ଲେସି ୬୨ ଓ ଗ୍ଲେନ ମ୍ୟାକ୍ସୱେଲ ୭୭ ରନର ଇନିଂସ ଖେଳିଥିଲେ । ରାଜସ୍ଥାନ ପକ୍ଷରୁ ଟ୍ରେଂଟ ବୋଲ୍ଟ ଓ ସନ୍ଦୀପ ଶର୍ମା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ୧୯୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ୨୦ ଓଭରରେ ୬ ୱିକେଟ ହରାଇ ୧୮୨ ରନ କରିଥିଲା । ଦେବୀଦତ ପାଡିକଲ ୫୨ ଓ ଯଶସ୍ୱୀ ଜୈସୱାଲ ୪୭ ରନ କରିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା ।

ହର୍ଷଲ ପଟେଲ ୩ଟି ୱିକେଟ ଅକ୍ତିଆର କରି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଡେଭିଡ ୱିଲି ଓ ମହମ୍ମଦ ସିରାଜ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ବାଙ୍ଗାଲୋର ଏଥିସହ ୭ ମ୍ୟାଚରେ ୮ ପଂଏଟ ହାସଲ କରି ୫ମ ସ୍ଥାନରେ ରହିଛି । ଉଭୟ ଟିମ ମଧ୍ୟରେ ଓଭରାଲ ୨୯ ମ୍ୟାଚ ଖେଳାଯାଇଛି । ବାଙ୍ଗାଲୋର ୧୪ ଓ ରାଜସ୍ଥାନ ୧୨ ମ୍ୟାଚରେ ବିଜୟ ହାସଲ କରିଛି । ୩ଟି ମ୍ୟାଚର ଫଳାଫଳ ବାହାରିନି ।

Leave A Reply

Your email address will not be published.