Latest Odisha News

BREAKING NEWS

କ୍ରିକେଟ୍ ଖେଳକୁ ନେଇ ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣା, ୪ ଜଣ ଗିରଫ

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରିକେଟ ଖେଳକୁ ନେଇ ଛାତ୍ରଙ୍କୁ ଆକ୍ରମଣ ଘଟଣା । ୪ ଜଣଙ୍କୁ ଗିରଫ କଲା ପୋଲିସ । ବଡ଼ଗଡ଼ ଥାନା ଅନ୍ତର୍ଗତ କେଦାରପଲ୍ଲୀ ଓ ମହିଷାଖଳା ଅଞ୍ଚଳର ୪ ଜଣଙ୍କୁ ପୋଲିସ ଗିରଫ କରିଛି ।

ଗିରଫଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି । ଅଭିଯୁକ୍ତଙ୍କ ଠାରୁ ପୋଲିସ ୨ଟି ଛୁରି ସହ କ୍ରିକେଟ୍ ଷ୍ଟମ୍ପ ଜବତ କରିଛି ।

ବିଆର୍ ଆମ୍ବେଦକର ହଷ୍ଟେଲର କିଛି ଛାତ୍ର ପଡ଼ିଆକୁ ଖେଳିବାକୁ ସକାଳ ସାଢ଼େ ୯ଟାରେ ଯାଇଥିଲେ । ସେତେବେଳେ ପଡ଼ିଆରେ କିଣି ଅଣଛାତ୍ର ଖେଳୁଥିବା ସେମାନେ ଦେଖିଥିଲେ । ଯାହାକୁ ନେଇ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ଅଣଛାତ୍ର ଧାରୁଆ ଛୁରିରେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ପୋଲିସ ପହଞ୍ଚିବା ସହ ଆହତ ଛାତ୍ରଙ୍କୁ ମେଡିକାଲ୍ ପଠାଇଥିଲା । ଏବେ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.