Latest Odisha News

BREAKING NEWS

ଝରାଫୁଲ ମୃତ୍ୟୁ ମାମଲା: ଫେରାର୍ ଅଭିଯୁକ୍ତ ଶକ୍ତି ଶେଖର ଗିରଫ

ଭୁବନେଶ୍ୱର: ରମାଦେବୀ ଛାତ୍ର ଝରାଫୁଲ ମୃତ୍ୟୁ ମାମଲାରେ ଫେରାର୍ ଅଭିଯୁକ୍ତ ଗିରଫ । ଅନ୍ୟ ଜଣେ ସହଯୋଗୀ ଶକ୍ତି ଶେଖର ସ୍ୱାଇଁକୁ ଗିରଫ କରିଛି ଯାଜପୁର ପୋଲିସ । ତାକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ତିନି ଜଣ ଗିରଫ ହୋଇଛନ୍ତି । ପୂର୍ବରୁ ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶ ସ୍ୱାଇଁ ଓ ତୃତୀୟ ଅଭିଯୁକ୍ତ ଅମରେଶ ରାଉତକୁ ଗିରଫ କରିଥିଲା ଯାଜପୁର ପୋଲିସ । କୁହାଯାଉଛି ଅମରେଶଠାରୁ ତଥ୍ୟ ଆଧାରରେ ଶେଖରକୁ ଗିରଫ କରାଯାଇଛି ।

ଝରାଫୁଲ ରହସ୍ୟଜନକ ମୃତ୍ୟ ପରଠୁ ତିନି ମାସ ହେବ ଫେରାର ଥିଲା ଶେଖର । ତାକୁ ଧରିବା ପାଇଁ ତନାଘନା ଚଳାଇଥିଲା ଯାଜପୁର ପୋଲିସ । ହେଲେ ତାର ଟେର୍ ମିଳୁ ନଥିଲା । ରାକେଶ ସହ ମିଶି ଶେଖର ଝରାଫୁଲଙ୍କ ମୃତଦେହକୁ ଭୁବନେଶ୍ୱରରୁ ସ୍କୁଟି ଯୋଗେ ନେଇ ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ମୂଳପାଳ ରାସ୍ତାରେ ଫିଙ୍ଗିଥିଲେ । ସେତେବେଳେ ସ୍କୁଟି ଚଳାଉଥିଲା ଶେଖର । ସିସିଟିଭି ଫୁଟେଜରୁ ଏହି ଜଣା ପଡ଼ିଥିଲା ।

ଏହି ଘଟଣାରେ ରାକେଶ ସ୍ୱାଇଁ ଭୁବନେଶ୍ୱର ଏୟାର ଫିଲ୍ଡ ଥାନାରେ ଆତ୍ମସମର୍ପଣ କରିଥିଲା । କିନ୍ତୁ ପୋଲିସକୁ ଚକମା ଦେଇ ଆତ୍ମଗୋପନ କରିଥିଲା ଶେଖର । ପୂର୍ବରୁ ଗିରଫ ଅମରେଶ ରାକେଶ ପାଇଁ ପୋଖରୀପୁଟ ଅଞ୍ଚଳରେ ଗେଷ୍ଟ ହାଉସ୍ ବୁକ୍ କରିଥିଲା । ତିନି ଜଣଙ୍କୁ ଖୁବଶୀଘ୍ର ମୁହାଁମୁହିଁ ଜେରା କରି ସତ ବାହାର କରିବ ଯାଜପୁର ପୋଲିସ । ତିନି ଅଭିଯୁକ୍ତ ଧରାପଡ଼ିଥିବାରୁ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବା ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.