Latest Odisha News

BREAKING NEWS

ଏହି ମନ୍ଦିର ସିଡିରୁ ଶୁଭୁଛି ଶ୍ରୁତିମଧୂର ଧ୍ୱନୀ

ମାଡ୍ରାସ: ତାମିଲନାଡୁ ଐରାବତେଶ୍ୱର ମନ୍ଦିରର ରହସ୍ୟ ସମସ୍ତଙ୍କୁ ଚକିତ କରିଥାଏ । ୧୨ଶ ଶତାବ୍ଦୀରେ ଚୋଳ ବଂଶର ରାଜାମାନେ ଏହାକୁ ନିର୍ମାଣ କରିଥିଲେ । ଏହି ମନ୍ଦିରର ସିଡି ଚଢ଼ୀ ଉପରକୁ ଯିବା ମାତ୍ରେ ବିଭିନ୍ନ ପ୍ରକାରର ଶ୍ରୁତିମଧୂର ଧ୍ୱନୀ ବାହାରିଥାଏ । ସଙ୍ଗୀତ ଏବଂ ଧ୍ୱନୀ ପଛରେ ଥିବା ରହସ୍ୟକୁ ଏବେ ମଧ୍ୟ ଉଜାଗର କରାଯାଇ ପାରି ନାହିଁ ।

ମନ୍ଦିରର ସ୍ଥାପନା କିମ୍ବଦନ୍ତୀ ଅନୁସାରେ ଦେବତାଙ୍କ ରାଜା ଇନ୍ଦ୍ରଙ୍କ ବାହନ ଐରାବତ ହସ୍ତୀ ଏଠାରେ ମହାପ୍ରଭୂ ଶିବଙ୍କୁ ପୂଜା କରିଥିଲେ । ସେବେଠାରୁ ଏହାର ନାମ ଐରାବତ ମନ୍ଦିର ରଖାଯାଇଛି । ବିଭିନ୍ନ ସ୍ଥାନରୁ ଧାର୍ମିକ ବ୍ୟକ୍ତିମାନେ ଏହି ମନ୍ଦିରକୁ ଆସିଥାନ୍ତି ।

Leave A Reply

Your email address will not be published.