Latest Odisha News

BREAKING NEWS

ଖୋଲିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ: ରିମାଣ୍ଡରେ ଗିରଫ ବୟଫ୍ରେଣ୍ଡକୁ ମାରାଥନ୍ ଜେରା

ଯାଜପୁର: ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା । ଗିରଫ ବୟଫ୍ରେଣ୍ଡ କହିବ କେମିତି ଓ କେଉଁ ପରିସ୍ଥିତିରେ ଝଡ଼ିଗଲେ ଝରାଫୁଲ ? ଗିରଫ ରାକେଶ ସ୍ୱାଇଁକୁ ତିନି ଦିନିଆ ରିମାଣ୍ଡରେ ନେଇ ଜରା କରୁଛି ଯାଜପୁର ପୋଲିସ । କୁଆଖିଆ ଥାନାରେ ପଚରାଉଚରା କରୁଛନ୍ତି ଯାଜପୁର ରୋଡ୍ ଏସଡିପିଓ ।

ରାକେଶ ମୁହଁରୁ ସତ ବାହାର କରିବ ଯାଜପୁର ପୋଲିସ । ଅସମାହିତ ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇଛି ଝରାଫୁଲଙ୍କ ଡେଥ୍ ମିଷ୍ଟ୍ରି । କେବେଠାରୁ ଝରାଫୁଲଙ୍କୁ ଜାଣିଥିଲା ରାକେଶ ? ୨୪ରୁ ୨୬ ତାରିଖ ଯାଏ ଝରାଫୁଲ ଭୁବନେଶ୍ୱରରେ ରହିଥିଲେ । ଏହି ସମୟରେ ଦୁହେଁ କେଉଁଆଡ଼େ ବୁଲାବୁଲି କରିଥିଲେ ?

୨୬ ତାରିଖ ରାତିରେ କଣ ଘଟିଥିଲା ? କେଉଁ କାରଣରୁ ଅସୁସ୍ଥ ଥିଲେ ଝରାଫୁଲ ? ତାଙ୍କୁ ରାକେଶ ହସ୍ପିଟାଲ ନେଇଥିଲା କି ନାହିଁ ? ଯଦି ରାତିରେ ଦେହ ଅଧିକ ଖରାପ ହେଲା ତାଙ୍କ ପରିବାର ଲୋକଙ୍କୁ କାହିଁକି ଦେଲାନି ଖବର ? ସକାଳେ ଝରାଫୁଲ ଅଚେତ ଥିବା ଜାଣିବା ପରେ ବି କାହିଁକି ହସ୍ପିଟାଲ ନନେଇ ଯାଜପୁର ଆଡେ ନେଇଥିଲେ ? ସାଙ୍ଗ ଶେଖରର ଭୂମିକା କଣ ?

ଝରାଫୁଲଙ୍କ ମୋବାଇଲ୍ ଫୋନ୍ ଏବେ କେଉଁଠି ? ମୃତଦେହ ଫିଙ୍ଗିବା କାମରେ ବ୍ୟବହାର କରିଥିବା ସ୍କୁଟରକୁ ଖୋଜା ଚାଲିଛି । ସହଯୋଗୀ ଶେଖର ସମ୍ପର୍କରେ ବି ରାକେଶ ପାଖରୁ ତଥ୍ୟ ମିଳିପାରେ । ତାକୁ ପୋଲିସ ଖୋଜୁଥିବା ବେଳେ ରିମାଣ୍ଡ ସମୟରେ ରାକେଶଠାରୁ ଅନେକ କିଛି ତଥ୍ୟ ମିଳିବା ଆଶା କରାଯାଉଛି । ଝରାଫୁଲଙ୍କ ମୃତ୍ୟୁକୁ ସପ୍ତାହେ ହେଲାଣି । ତଥାପି ସସପେନ୍ସ ଉପରୁ ପରଦା ହଟିନି ।

Leave A Reply

Your email address will not be published.