Latest Odisha News

BREAKING NEWS

ଝରାଫୁଲ ଡେଥ୍ ମିଷ୍ଟ୍ରି: ହତ୍ୟା ନା ଅସୁସ୍ଥତାରୁ ମୃତ୍ୟୁ ? ପୋଷ୍ଟମର୍ଟମ ରିପୋର୍ଟ ଖୋଲିବ ରହସ୍ୟ

ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାକୁ ଚାରି ଦିନ ହେଲାଣି । ଏହି ଘଟଣାରେ ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ପୋଲିସ ଗିରଫ କରିଛି । ଏବେ ପୋଷ୍ଟମର୍ଟର ରିପୋର୍ଟ ଖୋଲିବ ଡେଥ୍ ସସପେନ୍ସ ଉପରୁ ପରଦା । ଝରାଫୁଲଙ୍କ ସହ ଯାହା ଘଟିଲା ତାହା ଅଚାନକ ଥିଲା ନା ସବୁ କିଛି ଯୋଜନାବଦ୍ଧ ପୋଷ୍ଟମର୍ଟମ ରିପୋର୍ଟରୁ ସାମନାକୁ ଆସିବ ସତ । ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ଆବେଦନ ବି କରିଛି ଯାଜପୁର ପୋଲିସ ।

ଜେରା ବେଳେ ଅଭିଯୁକ୍ତ ପୋଲିସକୁ ଦେଇଥିବା ବୟାନ ମୃତ୍ୟୁ ଘଟଣାରେ ଟ୍ୱିଷ୍ଟ ଆଣିଛି । ଅଭିଯୁକ୍ତ କହିଛି, ଘଟଣା ପୂର୍ବ ରାତିରେ( ଜାନୁଆରୀ ୨୬ ତାରିଖ) ସେ ଝରାଫୁଲଙ୍କ ସହ ଭୁବନେଶ୍ୱରରେ ହୋଟେଲରେ ରାତି କାଟିଥିଲେ । ସେ ଝରାଫୁଲଙ୍କୁ ହତ୍ୟା କରି ନାହାନ୍ତି । ଫୁଡ ପଏଜନିଂରୁ ତାଙ୍କର ମୃତ୍ୟୁ ହୋଇଛି । ସକାଳେ ଚେତାଶୂନ୍ୟ ଅବସ୍ଥାରେ ସେ ଝରାଫୁଲଙ୍କୁ ପାଇଥିଲେ ।

ଏହାପରେ ସାଙ୍ଗ ଶେଖରକୁ ଡାକି ଏକ ସ୍କୁଟର ଯୋଗେ କଟକ ଅଭିମୁଖେ ନେଉଥିଲେ । ସେଦିନି ଏକାଠି ଖାଦ୍ୟ ଖାଇଥିବେ ଝରାଫୁଲ ଓ ରାକେଶ । ପ୍ରଶ୍ନ ଉଠୁଛି, ଯଦି ଫୁଡ ପଏଜନିଂ ତେବେ ରାକେଶର କେମିତି କିଛି ହେଲାନି ? ହୋଟେଲରେ ଏମିତି କଣ ଖାଇଥିଲେ ଯେଉଁଥିରୁ ଝରାଫୁଲ ଆଖି ବୁଜିଲେ ?

ରାକେଶ ତାଙ୍କୁ କାହିଁକି ହସ୍ପିଟାଲ ନନେଇ କଟକ ଅଭିମୁଖେ ନେଇଥିଲେ ? ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲେ କି ? କଟକରୁ ଯାଜପୁର ଅଭିମୁଖେ କାହିଁକି ନେଉଥିଲେ ? ଝରାଫୁଲ ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି କି ? ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇଛି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ।

ରାକେଶ ସ୍ୱାଇଁଙ୍କ ବନ୍ଧୁ ଶେଖରଙ୍କୁ ଖୋଜୁଛି ପୋଲିସ । ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଛି। ଅନୁମତି ମିଳିଲେ କ୍ରାଇମ ସିନ୍ ରିକ୍ରିଏସନ୍ ହୋଇପାରେ । ଅଭିଯୁକ୍ତର ବି ହୋଇପାରେ ପଲିଗ୍ରାଫ ଟେଷ୍ଟ ।

Leave A Reply

Your email address will not be published.