Latest Odisha News

BREAKING NEWS

ପୁରୀ ସମୁଦ୍ରରେ ଭାସିଯାଇ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର । ଚକ୍ରତୀର୍ଥ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଝାଡ଼ଖଣ୍ଡର ବୋକାରୋ ନିବାସୀ ରମେଶ ସାହୁଙ୍କ ପୁଅ ଦୀପକ କୁମାର । ଗତକାଲି ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଇଥିଲେ ୭ ପର୍ଯ୍ୟଟକ । ସେମାନଙ୍କ ଭିତରୁ ୬ଜଣଙ୍କୁ ଉଦ୍ଧାର କରାଯାଇଥିଲା । ନିଖୋଜ ଥିଲେ ଦୀପକ କୁମାର ।

ଝାରଖଣ୍ଡରୁ ପୁରୀ ଆସିଥିବା ୧୫ ଜଣ ପର୍ଯ୍ୟଟକ ପେଣ୍ଠକଟା ନିକଟ ପିଙ୍କ ହାଉସ ହୋଟେଲ ନିକଟରେ ଗାଧୋଉଥିଲେ । ଏହି ସମୟରେ ଉଚ୍ଚ ଜୁଆରର କରେଣ୍ଟରେ ୭ଜଣ ଭାସିଯାଇଥିଲେ । ଗତକାଲି ୬ଜଣ ଉଦ୍ଧାର ହୋଇଥିବା ବେଳେ ଆଜି ଦୀପକଙ୍କ ମୃତଦେହ ସମୁଦ୍ର କୂଳରୁ ଉଦ୍ଧାର ହୋଇଛି ।

Leave A Reply

Your email address will not be published.