Latest Odisha News

BREAKING NEWS

ସେମିଷ୍ଟାର ପରୀକ୍ଷା ନେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି

ଭୁବନେଶ୍ୱର: ଯୁକ୍ତ ୩ ଏବଂ ସ୍ନାତକୋତ୍ତର ଷ୍ଟ୍ରିମର ଶେଷ ସେମିଷ୍ଟାର ପରୀକ୍ଷା କରାଯିବାକୁ ବିରୋଧ କରି ଗୁରୁବାର ଦିନ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରି ଦେଇଛନ୍ତି।

ମୁଖ୍ୟ ଫାଟକ ବନ୍ଦ ଥିବାରୁ କୁଳପତି ପଦ୍ମଜା ମିଶ୍ର ବିଶ୍ୱବିଦ୍ୟାଳୟର ପରିସର ଭିତରକୁ ପ୍ରବେଶ କରିନପାରି ଫେରିଯାଇଥିଲେ।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ-୧୯ ବିସ୍ତାରକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି।

ତେବେ ଏସମ୍ବନ୍ଧରେ ଖୁବ୍ ଶୀଘ୍ର ଛାତ୍ରୀ ମାନଙ୍କ ସହିତ ଏକ ବୈଠକ କରିବେ ବୋଲି ସେ କହିଛନ୍ତି।

Comments are closed.