Latest Odisha News

ବୋହୂ ବିରୋଧରେ ଥାନାକୁ ଗଲେ ଶାଶୁ : ବୋହୂ ପାଦ ଛୁଇଁବାକୁ ମନା କରୁଛି

ଲକ୍ଷ୍ନୌ: ବୌହୂ ବିରୋଧରେ ଅଭିଯୋଗ ଧରି ଥାନାରେ ପହଞ୍ôଚଲେ ଶାଶୁ । ଆପଣମାନେ ବୋଧେ ଭାବୁଥିବେ ହୁଏତ ଏହା କିଛି ନୂଆ କଥା ନୁହେଁ । କାରଣ ଶାଶୁ-ବୋହୂ କଳି ପ୍ରାୟତଃ ଦେଖିବାକୁ ମିଳିଥାଏ । ତେବେ ଏଠି ଯେଉଁ ଅଭିଯୋଗ ଧରି ଥାନାରେ ପହଞ୍ôଚଲେ ଶାଶୁ, ତାହା ଶୁଣିବା ପରେ କେବଳ ଥାନା ବାବୁ କାହିଁକି ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ ।

ଉତ୍ତରପ୍ରଦେଶର ଆଗ୍ରାର ସିନ୍ଦର ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳା ଏମିତିି ଅଭିଯୋଗ କରିଛନ୍ତି । ବୋହୂ ତାଙ୍କ ପାଦ ଛୁଇଁବାକୁ ମନା କରିବାରୁ ମହିଳା ଜଣକ ରାଗିଗଲେ । ଆଗପଛ ନ ବିଚାରି ସିଧା ଗଲେ ଥାନାକୁ । ଆଉ ଥାନାରେ ଅଭିଯୋଗ କରିଥିଲେ ଯେ, ମୁଁ ଜଣେ ଶିକ୍ଷୟିତ୍ରୀ । ପ୍ରାୟ ଦେଢ ବର୍ଷ ହେବ ମୋ ପୁଅର ବିବାହ ହୋଇଛି । ମୋ ବୋହୂ ବି.ଟେକ୍ ପାସ କରିଛି । ହେଲେ ସେ ମୋର ବା ଘରର କୌଣସି ସଦସ୍ୟଙ୍କ ପାଦ ଛୁଇଁବାକୁ ରୋକ୍‌ଠୋକ୍ ମନା କରିଦେଉଛି । ଏହା ଆମ ପାଇଁ ଅପମାନ ।

ଆଉ ମହିଳାଙ୍କ ଅଭିଯୋଗ ଶୁଣିବା ପରେ ଥାନା ଅଧିକାରୀ ଆଶ୍ଚର୍ଯ୍ୟ ହେବା ସହ ମାମଲାକୁ କାଉନସେଲିଂ ସେଣ୍ଟରକୁ ପଠାଇ ଦେଲେ । ଉଭୟ ପକ୍ଷଙ୍କୁ ଉକ୍ତ କେନ୍ଦ୍ରକୁ ଡ଼କାଗଲା । ମହିଳା ଅଭିଯୋଗ କରିଥିଲେ ଯେ, ମୋର କିମ୍ବା ଘରକୁ କୌଣସି ଅତିଥି ଆସିଲେ ମୋ ବୋହୂ ପାଦ ଛୁଇଁ ପ୍ରଣାମ କରୁନାହିଁ । ବାରମ୍ବାର କହିଲେ ମଧ୍ୟ ସେ ମୋ କଥା ଶୁଣୁନାହିଁ । ଫଳରେ ମୋତେ ଅନେକ ଥର ଲଜ୍ଜିତ ହେବାକୁ ପଡୁଛି । ସେହିପରି ବୋହୂ କହିଛନ୍ତି ଯେ, ମୋର ଦେଖାଣିଆ ମନୋଭାବ ନାହିଁ । ପାଦ ଛୁଇଁ ପ୍ରଣାମ କରିବା ପାଇଁ ମୁଁ ବାଧ୍ୟ ନୁହେଁ । କାରଣ ମୁଁ ମୋ ହୃଦୟରୁ ଶାଶୁ ଏବଂ ଶ୍ୱଶୁରଙ୍କୁ ସମ୍ମାନ କରେ ।

ପରାମର୍ଶଦାତା ଉଭୟ ପକ୍ଷଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । କାରଣ ଉଭୟ ପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ । ଏହି ପ୍ରସଙ୍ଗରେ ପରବର୍ତ୍ତୀ ତାରିଖ ଦିଆଯାଇଛି । ଏବେ ବୋହୁ ବାପଘରେ ରହୁଛନ୍ତି ।

Comments are closed.